Home ଓଡ଼ିଶା ଏକ ମାସର ମହଲତ ଦେବାକୁ ଅନୁରୋଧ କଲେ ରାଜୀବ

ଏକ ମାସର ମହଲତ ଦେବାକୁ ଅନୁରୋଧ କଲେ ରାଜୀବ

217

କୋଲକତା,୧୫/୦୯,(ଓଡ଼ିଆ ପୁଅ ପି ନାଏକ): ଅଦାଲତଙ୍କୁ ମହଲତ ମାଗିିିିଲେ କୋଲକତାର ଅତିରିକ୍ତ ପୋଲିସ୍ କମିଶନର୍ ରାଜୀବ କୁମାର । ଶାରଦା ଚିଟଫଣ୍ଡ୍ ମାମଲାରେ କୋଲକତାର ଅତିରିକ୍ତ ପୋଲିସ୍ କମିଶନର୍ ରାଜୀବ କୁମାର ସିବିଆଇର ସମନ ଦେବା ସତ୍ତ୍ୱେ ଗତକାଲି ହାଜର ହୋଇନଥିଲେ । ସ୍ତ୍ରୀଦେହ ଅସୁସ୍ଥ କହି ଅଦାଲତକୁ ଏକ ମାସ ସମୟ ମାଗିଛନ୍ତି ରାଜୀବ କୁମାର ।

ସୂଚନା ଅନୁସାରେ, କୋଲକତା ହାଇକୋର୍ଟ ଶୁକ୍ରବାର ରାଜୀବ କୁମାରଙ୍କ ଗିରଫ ଉପରେ ଅନ୍ତରୀଣ ସ୍ଥଗିତ ପ୍ରସ୍ତାବକୁ ଫେରାଇ ନେଇଥିଲେ । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ,

ରାଜୀବ କୁମାର ସିବିଆଇକୁ ଏକ ଇ-ମେଲ୍ ପଠାଇଛନ୍ତି, ଯେଉଁଥିରେ ସେ କୋର୍ଟରେ ଉପସ୍ଥିତ ହେବା ପାଇଁ ଅଧିକ ସମୟ ମାଗିଛନ୍ତି । ଏହି ମାମଲାରେ ରାଜୀବ କୁମାରଙ୍କୁ ପକ୍ଷ ମିଳି ନାହିଁ । ତାଙ୍କୁ ଗତକାଲି ଦିନ ୧୦ଟାରେ କୋର୍ଟରେ ହାଜର ହେବା ପାଇଁ କୁହାଯାଇଥିଲା । ମାତ୍ର ତାଙ୍କ ମୋବାଇଲ ଫୋନ ଦିନସାରା ସୁଇଚ୍ ଅଫ୍ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.