Home ଓଡ଼ିଶା ଲମ୍ପିସ୍କିନ ରୋଗରେ ୩୦୦ ରୁ ଉର୍ଦ୍ଧ୍ୱ ଗାଈ ଅକ୍ରାନ୍ତ

ଲମ୍ପିସ୍କିନ ରୋଗରେ ୩୦୦ ରୁ ଉର୍ଦ୍ଧ୍ୱ ଗାଈ ଅକ୍ରାନ୍ତ

106

ପାଟଣା ୧୫-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ଏବେ ଗୋରୁ ଗାଈ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ତୁରୁମୁଙ୍ଗା ଆଖପାଖ ଅଞ୍ଚଳର କଇଣ୍ଡା, ତୁରୁମୁଙ୍ଗା,ବୁଢ଼ୀକାପୁଡି,ପୁରନ୍ଦରପୁର ଆଦି ଗ୍ରାମର ୩୦୦ ରୁ ଉର୍ଦ୍ଧ ଗୋରୁ ଗାଈ ଆକ୍ରାନ୍ତ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ୱ ଗୋରୁ ମରିଥିବା ଅଭିଯୋଗ ହୋଇଛି। ପ୍ରଥମେ ବଳଦଙ୍କ ବେକ ଗୋଡ଼ ଫୁଲିବା ସହିତ ପେଟରେ ଘା ଏବଂ ଦେହ ସାରା ଫୋଟକା ହୋଇ ଘା ହୋଇ ଫାଟି ଯାଉଛି ଏହା ସହିତ ନାକରୁ ପାଣି ବାହାରୁଛି। ପରେ ଦିନେ ଦୁଇଦିନ ପରେ ଗୋରୁ ଗାଈ ଙ୍କର ମୃତ୍ୟୁ ଘଟୁଛି। ଅଜଣା ରୋଗ ପାଇଁ ଏବେ ଗୋ ଚାଷୀ ଓ ଗୋ ପାଳନ କାରୀ ମୁଣ୍ଡରେ ଚିନ୍ତା। ଏ ସମ୍ପର୍କରେ ତୁରୁମୁଙ୍ଗା ପ୍ରାଣୀଧନ ଯନ୍ତ୍ରୀ ସନ୍ତୋଷ ନାଏକଙ୍କ ମତାମତ ନେବାରୁ ଲମ୍ପିସ୍କିନ ରୋଗ ହୋଇଥିବା ଜଣାପଡିଛି ପଶୁ ସମ୍ପଦ ବିଭାଗ ତରଫରୁ ବଳଦମାନଙ୍କ ଚିକିତ୍ସା ଚାଲିଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.