Home ଅପରାଧ ବ୍ରହ୍ମପୁରରେ ପୁଣି ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ଗୁରୁତର

ବ୍ରହ୍ମପୁରରେ ପୁଣି ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ଗୁରୁତର

112

ବ୍ରହ୍ମପୁର,୧୫/୦୯,(ଓଡ଼ିଆ ପୁଅ ପି ନାଏକ): ୨୪ ଘଣ୍ଟା ନ ହେଉଣୁ ଗଞ୍ଜାମ ପୋଲିସର ପୁଣି ଏନକାଉଣ୍ଟର୍ । ଫଳରେ ଏନକାଉଣ୍ଟରରେ ଗୁରୁତର ହୋଇଛି ଦୁର୍ଦ୍ଦାନ୍ତ ଅପରାଧି ପ୍ରମୋଦ ବାରିକ । ସୂଚନା ଅନୁସାରେ, ପ୍ରମୋଦର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣା ପଡିଛି । ଖବର ଅନୁସାରେ,  ପାଲୁର କ୍ରିଷ୍ଣା ରୋଡ଼ରେ ଆଜି ପୋଲିସ ଏନକାଉଣ୍ଟର କରିଥିଲା । ପ୍ରମୋଦ ଛଡା  ଏନକାଉଣ୍ଟରରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି । ପ୍ରମୋଦ ଠାରୁ ଗୋଟିଏ ମୋଟର ସାଇକେଲ, ଗୋଟିଏ ମାଉଜର ସହ ଦୁଇଟି ଜୀବନ୍ତ ଗୁଳି ମଧ୍ୟ ଜବତ କରିଛି ପୋଲିସ । ପ୍ରମୋଦକୁ ପ୍ରଥମେ ଛତ୍ରପୁର ମେଡ଼ିକାଲ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବରୁ ପ୍ରମୋଦ ନା ରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.