Home ଓଡ଼ିଶା ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

300

ପୁରୀ, ୦୫/୦୯,(ଓଡ଼ିଆ ପୁଅ ପି ନାଏକ): ଅସନ୍ତୋଷ ସତ୍ତ୍ୱେ ୪ ଦିନ ପରେ ଆଜି ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ କାମ । ଅସୁରକ୍ଷିତ ଥିବା ଏମାର ମଠର କିଛି ଦୋକାନ ଘର ଭଙ୍ଗା କାମ ଆରମ୍ଭ ହୋଇଛି । ବଣିଆପଟିରେ ଭଙ୍ଗା ଯାଇନଥିବା ଅବଶିଷ୍ଟ ଦୋକାନ ଘରକୁ ଉଚ୍ଛେଦ କରାଯାଉଛି । ୪ ଦିନ ତଳେ ବଣିଆପଟିର ୮୦ ପ୍ରତିଶତ ଦୋକାନଘରକୁ ଉଚ୍ଛେଦ କରାଯାଇ ସାରିଛି । ଆଜି ସକାଳୁ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ କଡା ସୁରକ୍ଷା ବଳୟ ମଧ୍ୟରେ ଉଚ୍ଛେଦ କାମ ଚାଲିଛି ।

କିନ୍ତୁ ବଡ଼ ଆଖଡ଼ା ମଠ ଉଚ୍ଛେଦ କାମ ସପ୍ତାହେ ପାଇଁ ବନ୍ଦ ରହିଛି । ଆସନ୍ତାକାଲି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ଓ ସୋଲିସେଟର ଜେନେରାଲ ତୁଷାର ମେହେଟାଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ପ୍ରଶାସନ ପକ୍ଷରୁ ବଳକା କାମ ଶେଷ କରାଯାଉଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.