Home ଓଡ଼ିଶା ଖୋର୍ଦ୍ଧା ରେ ଏନକାଉଣ୍ଟର

ଖୋର୍ଦ୍ଧା ରେ ଏନକାଉଣ୍ଟର

345

ଖୋର୍ଦ୍ଧା,୦୫/୦୯,(ଓଡ଼ିଆ ପୁଅ ପି ନାଏକ:ଖୋର୍ଦ୍ଧାରେ ପୋଲିସର ଏନ୍‌କାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଜାମ୍‌ସେଦ ଖାନ୍‌ ଆହତ। ତାର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଜାମସେଦ୍‌କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ନିରାକାରପୁର ଓ ଟାଙ୍ଗୀ ଥାନା ପୋଲିସ ମିଳିତ ଭାବେ ଏନ୍‌କାଉଣ୍ଟର କରିଥିଲା। ଏହି ସମୟରେ ଜାମସେଦ୍‌ ପୋଲିସ ଉପରକୁ ବୋମା ପକାଇ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ଗୁଳିରେ ଆହତ ହୋଇଛି। ତା ନିକଟରୁ ବନ୍ଧୁକ ଜବତ କରାଯାଇଛି। ବୋମା ମାଡରେ ୪ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଜାମସେଦ୍‌ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.