Home ଓଡ଼ିଶା ଆମ୍ବୁଲାନ୍ସ ରୁ ତେଲ ସରିଥିବା ଘଟଣାରେ ନିଲମ୍ବିତ ହେଲେ ଆମ୍ବୁଲାନ୍ସ ଡ୍ରାଇଭର

ଆମ୍ବୁଲାନ୍ସ ରୁ ତେଲ ସରିଥିବା ଘଟଣାରେ ନିଲମ୍ବିତ ହେଲେ ଆମ୍ବୁଲାନ୍ସ ଡ୍ରାଇଭର

171

ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ଆମ୍ବୁଲାନ୍ସରୁ ତେଲ ସରିଯିବା ଏବଂ ସେଥିପାଇଁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହେବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଏହି ଘଟଣାକୁ ପ୍ରଶାସନ ଗୁରୁତ୍ବର ସହ ନେଇ ଉପଯୁକ୍ତ ପଦକ୍ଷେପ ସ୍ବରୂପ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କୁ କାର୍ଯ୍ୟ ରୁ ନିଲମ୍ବନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୫ ତାରିଖରେ ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାରିପଦା ମେଡିକାଲକୁ ପ୍ରସୂତି ତୁଳସୀ ମୁଣ୍ଡାଙ୍କୁ ନେବାର ଥିଲା । ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ତୁଳସୀଙ୍କୁ ନିଆଯାଇଥିଲା ସତ କିନ୍ତୁ ଅଧାବାଟରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା । ଅନ୍ୟ ଏକ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ପାଖାପାଖି ଦୁଇ ଘଣ୍ଟା କଷ୍ଟରେ ଛଟପଟ ହୋଇ ଜୀବନ ହାରିଥିଲେ ପ୍ରସୂତି । ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ରାଜନୈତିକ ଆରୋପ ପ୍ରତ୍ୟାରୋପ । ପରେ ଏହାକୁ ନେଇ ଅନେକ ଆରୋପ ପ୍ରତ୍ୟାରୋପ ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.