Home ଓଡ଼ିଶା ଆଜିଠୁ ଟ୍ରାଫିକ ନିୟମ କଡାକଡି

ଆଜିଠୁ ଟ୍ରାଫିକ ନିୟମ କଡାକଡି

552

ଭୁବନେଶ୍ଵର,୦୧/୦୯,(ଓଡ଼ିଆ ପୁଅ ପି ନାଏକ): କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ଆଜିଠୁ ସାରା ଦେଶରେ ଲାଗୁ ହେବ ସଂଶୋଧିତ ମୋଟର ଯାନ ଆଇନ । ଟ୍ରାଫିକ ନିୟମ ଭାଙ୍ଗିଲେ ଗଣିବେ ଅଧିକ ଜରିମାନା । ହେଲମେଣ୍ଟ ନ ପିନ୍ଧି ଗାଡି ଚଳାଉଥିଲେ ଆପଣ ଏକ ହଜାର ଟଙ୍କା ଜରିମାନା ଦେବେ । ସିଟ୍ ବେଲ୍ଟ ନ ବାନ୍ଧି ଗାଡି ଚଳାଇଲେ ଗଣିବେ ଏକ ହଜାର ଟଙ୍କା । ଫୋନରେ କଥା ହୋଇ ଗାଡି ଚଳାଉଥିଲେ ୫ହଜାର, ରଙ୍ଗ ସାଇଡ୍ ଗାଡି ଚଳାଉଥିଲେ ୫ହଜାର, ମଦ ପିଇ ଗାଡି ଚଳାଉଥିଲେ ୧୦ହଜାର, ବିପଦପୂର୍ଣ୍ଣ ଭାବେ ଗାଡି ଚଳାଉଥିଲେ ୫ହଜାର, ଟ୍ରାଫିକ୍ ସିଙ୍ଗନାଲ ଭାଙ୍ଗିଲେ ୫ ହଜାର ଓ ବାଇକ୍ରେ ତିନିଜଣ ବସି ଯାଉଥିଲେ ୫ ହଜାର ଟଙ୍କା ଜରିମାନା ଦେବେ । ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଇଲେ ୫୦୦୦ ଟଙ୍କା ଗଣିବେ । ନିଷିଦ୍ଧାଞ୍ଚଳରେ ବିନା କାରଣରେ ହର୍ଣ୍ଣ ବଜାଇଲେ ପକେଟରୁ ୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.