Home ଓଡ଼ିଶା ଆଇନରେ ପରିଣତ ହେଲା ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ

ଆଇନରେ ପରିଣତ ହେଲା ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ

348

ଜମ୍ମୁକାଶ୍ମୀର, ୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଆଇନ ରେ ପରିଣତ ହୋଇଛି ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ । ବିଲ୍ କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଥିବା ବେଳେ ଏହା କୁ ଦୁଇଟି କେଦ୍ରଶାସିତ ଅଂଚଳ କରିବାକୁ ଆଇନରେ ବ୍ୟବସ୍ଥା କରାଯାଇଛି । ତେବେ ଜାମ୍ମୁ କାଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ କରିବାକୁ ଆଇନରେ ବ୍ୟବସ୍ଥା କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ କାଶ୍ମୀରରୁ ହଟିଥିଲା ସମ୍ବିଧାନରେ ଥିବା ଧାରା ୩୭୦ ଓ ୩୫-A । ଏଣିକି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଅନ୍ତର୍ଭୁକ୍ତ ହେବ ଜାମ୍ମୁ-କାଶ୍ମୀର। ଜାମ୍ମୁ-କାଶ୍ମୀରରେ ବିଧାନସଭା ମଧ୍ୟ ରହିବ ।

ସେହିପରି ଜାମ୍ମୁ-କାଶ୍ମୀରରୁ ଲଦାଖ ମଧ୍ୟ ଅଲଗା ହୋଇଥିଲା । ଲଦାଖକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ମିଳିଥିଲା । ଏହା ସହ ରାଜ୍ୟ ମାନ୍ୟତା ହରାଇଥିଲା ଜମ୍ମୁ-କାଶ୍ମୀର । ତେବେ କାଶ୍ମୀରକୁ ୨ ଭାଗ କରିଥିଲେ କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.