Home ଓଡ଼ିଶା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ : AIIMS ରେ ଭର୍ତ୍ତି – ପ୍ରଧାନମନ୍ତ୍ରୀ...

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ : AIIMS ରେ ଭର୍ତ୍ତି – ପ୍ରଧାନମନ୍ତ୍ରୀ ଏମ୍ସ ଗଲେ

277

ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। କୁହାଯାଉଛିଯେ, ଜେଟଲୀଙ୍କୁ ଶୁକ୍ରବାରଦିନ ସକାଳ ଦଶଟା ସମୟରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ, ଅରୁଣ ଜେଟଲୀ ଦୁର୍ବଳ ଏବଂ ଅଣନିଶ୍ୱାସୀ ହେବାପରେ ଏମ୍ସରେ ଭର୍ତୀ କରାଯାଇଛି। ବର୍ତ୍ତମାନ ଜେଟଲୀ ଡାକ୍ତରଙ୍କର ଦେଖରେଖରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାପ୍ତ ସୂଚନା ଅନୁସାର, ଜେଟଲୀଙ୍କର ଅବସ୍ଥାରେ ସୁଧାର ଆସିଛି।

 

ତାଜା ସୂଚନା ଅନୁସାରେ, ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସ ପହଁଞ୍ଚିଛନ୍ତି। ତାଙ୍କ ବ୍ୟତୀତ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଧନ ମଧ୍ୟ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ଦେଖ୍ବା ପାଇଁ ଏମ୍ସରେ ଉପସ୍ଥିତ ଅଛନ୍ତି। ଏହା ବ୍ୟତୀତ ସ୍ଵାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ଵିନୀ ଚୌବେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।

 

ସୂଚନାଯୋଗ୍ୟଯେ, ଅରୁଣ ଜେଟଲୀ ଗତ ମୋଦୀ ସରକାରରେ ଅର୍ଥ ମନ୍ତ୍ରଣାଳୟ ସହିତ କିଛି ସମୟ ପାଇଁ ରକ୍ଷା ମନ୍ତ୍ରଣାଳୟର ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ। ଅସୁସ୍ଥତା କାରଣରୁ ଏଥର ସେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇନଥିଲେ। ଅସୁସ୍ଥତା ସତ୍ତ୍ୱେ ସେ ବର୍ତ୍ତମାନର ରାଜନୈତିକ ଘଟଣାକ୍ରମ ଉପରେ ନିକଟରୁ ନଜର ରଖୁଛନ୍ତି। ସେ ପ୍ରମୁଖ ବିଷୟ ଉପରେ ବ୍ଲଗ ଲେଖି କିମ୍ବା ଟ୍ଵୀଟ କରି ନିଜର ରାୟ ପ୍ରକାଶ କରୁଛନ୍ତି।

ମଇ ୨୦୧୮ ରେ ହୋଇଥିଲା କିଡନୀ ଟ୍ରାନ୍ସପ୍ଲାଣ୍ଟର ଅପରେସନ

ଅରୁଣ ଜେଟଲୀ ଲମ୍ବା ସମୟରୁ ଅସୁସ୍ଥ ଅଛନ୍ତି। ଅସୁସ୍ଥତା କାରଣରୁ ସେ ୨୦୧୯ ରେ ଲୋକସଭା ନିର୍ବାଚନ ପରେ ମୋଦୀ କ୍ୟାବିନେଟରେ ସାମିଲ ହୋଇନଥିଲେ। ଅରୁଣ ଜେଟଲୀଙ୍କର ୧୪ ମଇ ୨୦୧୮ ରେ ଅଖିଳ ଭାରତୀୟ ଆଯୁର୍ବିଜ୍ଞାନ ସଂସ୍ଥାନ (AIIMS) ରେ କିଡନୀ ଟ୍ରାନ୍ସପ୍ଲାଣ୍ଟର ସଫଳ ଅପରେସନ କରାଯାଇଥିଲା।

 

ସୂଚନା ଅନୁସାରେ, ଜେଟଲୀଙ୍କୁ କିଡନୀ ଦାନ କରିଥିବା ମହିଳା ତାଙ୍କ ସମ୍ପର୍କୀୟ ଅଟନ୍ତି। ଏମ୍ସ ସୂତ୍ର ମୁତାବକ, ୨୦ ଜଣ ଡାକ୍ତରୀ ଦଳ କିଡନୀ ପ୍ରତ୍ୟାରୋପଣକରି ଅପରେସନକୁ ସଫଳ କରିଥିଲେ। ଯେଉଁଥିରେ ନେଫ୍ରୋଲଜିଷ୍ଟ ଡ. ସଂଦୀପ ଗୁଲେରିୟା (ଆପୋଲୋ ହସ୍ପିଟାଲ), ସଂଦୀପ ମହାଜନ, ବିକେ ବଂସାଲ ଏବଂ ଏମ୍ସ ନିର୍ଦେଶକ ରଣଦୀପ୍ ଗୁଲେରିୟା ମଧ୍ୟ ସାମିଲ ଥିଲେ।

 

ସେପ୍ଟେମ୍ବର ୨୦୧୪ ରେ ବୈରିଏଟ୍ରିକ ଅପରେସନ

ଅରୁଣ ଜେଟଲୀଙ୍କର ସେପ୍ଟେମ୍ବର ୨୦୧୪ ରେ ବୈରିଏଟ୍ରିକ ଅପରେସନ ହୋଇଥିଲା। ଲମ୍ବା ସମୟରୁ ମଧୁମେହ କାରଣରୁ ଓଜନ ବଢ଼ିବାର ସମସ୍ୟାର ନିଦାନ ପାଇଁ ଏହି ଅପରେସନ କରାଯାଇଥିଲା। ଏହି ଅପରେଶନ ପୂର୍ବରୁ ମ୍ୟାକ୍ସ ହସ୍ପିଟାଲରେ ହୋଇଥିଲା। କିନ୍ତୁ ପରେ କିଛି ଅସୁବିଧା କାରଣରୁ ତାଙ୍କୁ ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା କିଛି ବର୍ଷ ପୂର୍ବରୁ ତାଙ୍କର ହୃଦୟର ମଧ୍ୟ ଅପରେସନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.