Home କୋରାପୁଟ ଅବସରକାଳୀନ ବିଦାୟ ସମ୍ବର୍ନ୍ଧନା

ଅବସରକାଳୀନ ବିଦାୟ ସମ୍ବର୍ନ୍ଧନା

133

କୋରାପୁଟ ୦୬-୦୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ପୂଜାରୀପୁଟ ଉଚ୍ଚ ପ୍ରଥାମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ହେମଲତା ପାତ୍ର ଅବସର ଗ୍ରହଣ କରିଥିବା ଜଣାପଡିଛି।ମାଳିସାହି ସାଧନ କେନ୍ଦ୍ର ସଭାଗୃହରେ କେନ୍ଦ୍ର ସଂଯୋଜିକା ମିତା ଗୋପଙ୍କ ଅଧ୍ୟକ୍ଷତାରେ ଅବସରକାଳୀନ ବିଦାୟ ସମ୍ବର୍ନ୍ଧନା ଉତ୍ସବ ପାଳନ କରାଯାଇଥିଲା।କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀମତୀ ପାତ୍ରଙ୍କୁ ପୁଷ୍ପଗୁଛଦେଇ ସମ୍ବର୍ନ୍ଧନା ଜ୍ଞାପନ କରିବା ସହ ପ୍ରୋଭିଜିନାଲ ପେନସନ ପେପର ପ୍ରଦାନ କରିଥିଲେ।ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମି ନାୟକ ଯୋଗଦେଇ ହେମଲତାଙ୍କ ଛାତ୍ରବତ୍ସଳ ମନୋଭାବକୁ ଭୁୟସୀ ପ୍ରଶଂସା କରିଥିଲେ।ମାଳିସାହି ସାଧାନକେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗଦେଇ ବିଦାୟୀ ଶିକ୍ଷୟତ୍ରୀ ହେମଲତାଙ୍କୁ ଉପଢୈାକନ ଓ ମାନପତ୍ର ଦେଇ ସମ୍ବର୍ନ୍ଧନା ଜଣେଇଥିଲେ।କାର୍ଯ୍ୟକ୍ରମକୁ ପୂଜାରୀପୁଟ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ପାତ୍ର ଯୋଗଦେଇ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଇନ୍ଦିରା ରଥ, ଜୟନ୍ତି ସେଠୀ, ବିଜୟଲକ୍ଷ୍ମି ପଟନାୟକ,  ରୀତା ମହାପାତ୍ର, ମମତା ନାୟକ, ଭି.କୁସୁମ, ଗୀତାଞଳୀ କର ଓ ଗୀତା ଟାକ୍ରୀ, ବାସନ୍ତି ପାତ୍ର, ଉର୍ମିଲା ଖିନବୁଡି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.