Home କୋରାପୁଟ ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲ ଶିକ୍ଷାର ଉପେଯାଗିତା ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲ ଶିକ୍ଷାର ଉପେଯାଗିତା ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

56

କୋରାପୁଟ ୦୬-୦୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗ ଓ ଏନଏବି ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲ ଶିକ୍ଷାର ଉପେଯାଗିତା ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ତଥା ଏନଏବି ଓଡିଶା ଶାଖାର ଅବୈତନିକ ଇନକ୍ଲୁସିଭ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶ ଅଧ୍ୟକ୍ଷତା କରି ଦୃଷ୍ଟିହୀନମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବ୍ରେକଲ ଶିକ୍ଷାର ଉପେଯାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ।ଏନଏବି ଓଡିଶା ଶାଖାର ସଂପାଦକ ଅଜୟ କୁମାର ସାମଲ, ଏନଏବି ମୁମ୍ବାଇର ପୂର୍ବତନ ଉପସଭାପତି ପ୍ରଫୁଲ୍ଲ ରାଉତ, ବି.ବି.ଦୃଷ୍ଟିହୀନ ବିଦ୍ୟାଳୟ ଭୁବନେଶ୍ୱରର ଶିକ୍ଷକ ତାପସ ମହାନ୍ତି ପ୍ରମୁଖ ଆଲୋଚନାଚକ୍ରରେ ଯୋଗଦେଇ ଦୃଷ୍ଟିହୀନମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ରୀ ସରିତା ଭତ୍ରା ଯୋଗଦେଇ ସହ ଯୋଗ କରିଥିବା ବେଳେ ରେଭେନ୍ସା କଲେଜର ଛାତ୍ରୀ ଝୁମୁରୀ ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.