Home ଅନୁଗୁଳ ଅନୁଗୋଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେଦୁଃଖବନ୍ଧୁ ମାଝିଙ୍କ ଯୋଗଦାନ

ଅନୁଗୋଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେଦୁଃଖବନ୍ଧୁ ମାଝିଙ୍କ ଯୋଗଦାନ

63

ଅନୁଗୋଳ,୧୧/୦୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ଗତ ୪ ମାସ ହେଲା ଖାଲି ପଡ଼ିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ)ପଦବୀରେ ଶୁକ୍ରବାର ଦୁଃଖବନ୍ଧୁ ମାଝି ଯୋଗଦାନ କରିଛନ୍ତି । ଶ୍ରୀ ମାଝି ଏହାପୂର୍ବରୁ ଗତ ୫ବର୍ଷ ଧରି ପାଳଲହଡ଼ା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଥିଲେ।
ଡିଆଇପିଆରଓ ଭାବେ ଯୋଗ ଦେବା ପରେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଗଣମାଧ୍ୟମ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ଵକୁ ସୁଚାରୁରୂପେ ସମ୍ପାଦନ କରିବେ ବୋଲି ପ୍ରକାଶ କରିଛନ୍ତି। ସେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ବିଭିନ୍ନ ସୂଚନା ପାଇଁ ଶ୍ରୀ ମାଝିଙ୍କ ମୋବାଇଲ୍ ନମ୍ବର ୯୯୩୭୨୩୫୯୯୫ ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.