Home ଅପରାଧ ଅନଲାଇନ କମ୍ପାନୀ ଠାରୁ ସାବଧାନ

ଅନଲାଇନ କମ୍ପାନୀ ଠାରୁ ସାବଧାନ

240

କଟକ,୦୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଦିନକୁ ଦିନ ବଢିବାର ଲାଗିଛି ଅନଲାଇନ୍ ଠକେଇ । ବିଭିନ୍ନ ପ୍ରକାର ନୂଆ କମ୍ପାନୀ ଆସିବା ସହ ଯୁବପିଢି ଏଥୀପ୍ରତି ବେଶି ଆକୃଷ୍ଟ ହେଉଛନ୍ତି । ଆଉ ଠକାମୀର ଶିକାର ମଧ୍ୟ ହେଉଛନ୍ତି ।

ଠିକ୍ ଏଭଳି ଠକାମୀର  ଶିକାର ହୋଇଛନ୍ତି କଟକ ଶଙ୍କରପୁରର ଜଣେ ଯୁବକ । ସ୍କୁଟର କିଣିବା ପାଇଁ ୧୮ ହଜାର ଟଙ୍କା ଠକି ନେଇଛି ଠକ । olx ଅନଲାଇନ୍ ମାର୍କେଟିଙ୍ଗରେ ସ୍କୁଟର କିଣିବା ପାଇଁ ସମ୍ପୃକ୍ତ ସାଇଡ଼ରେ ଥିବା ଫୋନ ନମ୍ବରରେ ଯୋଗାଯୋଗ କରି ଯୁବକ ଜଣକ ଠକାମୀ ର ଶିକାର ହୋଇଛନ୍ତି । ସ୍କୁଟରଟି ଜଣେ ଆର୍ମି ଅଫିସରର ବୋଲି ପରିଚୟ ଦେବା ପରେ ଯୁବକଙ୍କ ବିଶ୍ୱାସ ଆସିଥିଲା ।

ପରେ କଥା ହେବାପରେ କହିଥିଲେ ତାଙ୍କୁ ସ୍କୁଟର ନେବା ପାଇଁ ପ୍ରଥମେ ୩୫୦୦ ଶହ ଟଙ୍କା ଅନଲାଇନ୍ ଦେବାକୁ ପଡିବ । ତାପରେ ଗାଡିଟି ହୋମ୍ ଡେଲିଭରୀରେ ପହଞ୍ଚିବ । ହେଲେ କିଛି ସମୟ ପରେ ପୁଣି ଫୋନ୍ କୋରିୟର ସଂସ୍ଥାର ପରିଚୟ ଦେଇ ୧୫ ହଜ଼ାର ଟଙ୍କା ଦେବାକୁ କହିଥିଲେ । ପେମେଣ୍ଟ କରିବା ପରେ ଗାଡି ନ ପାଇବାରୁ ସେ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି ଜାଣିବା ପରେ କ୍ରାଇମବ୍ରାଞ୍ଚ ଦ୍ୱାରସ୍ଥ ହୋଇଛନ୍ତି । ଏବେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.