Home ଓଡ଼ିଶା ଅଙ୍ଗନୱାର୍ଡି କେନ୍ଦ୍ରରେ ବେଆଇନ ବିଦେଶୀ ମଦବିକ୍ରୀ ଅଭିଯୋଗରେ ମଦସହ ଅଙ୍ଗନ ୱାର୍ଡିକର୍ମୀ ଗିରଫ

ଅଙ୍ଗନୱାର୍ଡି କେନ୍ଦ୍ରରେ ବେଆଇନ ବିଦେଶୀ ମଦବିକ୍ରୀ ଅଭିଯୋଗରେ ମଦସହ ଅଙ୍ଗନ ୱାର୍ଡିକର୍ମୀ ଗିରଫ

871

ମାଲକାନଗିରି, ୨ା୫(ଓଡିଆ ପୁଅ) ଅଙ୍ଗନୱାର୍ଡି କେନ୍ଦ୍ରରେ ବେଆଇନ ଭାବେ ବିଦେଶୀମଦ ଗଛିତ ରଖି ବିକ୍ରୀକରୁଥିବା ଅଭିଯୋଗରେ ମଦସହ ଜଣେ ଅଙ୍ଗନ ୱାର୍ଡିକର୍ମୀଙ୍କୁ ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ମାଲକାନଗିରି ଜିଲ୍ଲାସ୍ଥ ତଣ୍ଡିକି ପଚାଂୟତ ର ଟିଟଙ୍ଗ ଗ୍ରାମରେଥିବା ଅଙ୍ଗନୱାର୍ଡି କେନ୍ଦ୍ରରେ ଅଙ୍ଗନୱାର୍ଡି କର୍ମୀ ବେଆଇନଭାବେ ବିଦେଶୀମଦ ବିକ୍ରୀକରୁଥିବାର ଗ୍ରାମବାସୀ ମାନେ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠଙ୍କ ତତ୍ୱାବଧାନରେ ଅବକାରି ଥାନା ଅଫିସର ଇନଚାର୍ଜ ଏଚ.ଜଗାରାଓଙ୍କ ନେତୃତ୍ୱରେ ଅବକାରୀ ଏସିଆଇ ଦିଲିପକୁମାର ନାୟକ, ଜେମସ ସାହୁ, ରାମଚନ୍ଦ୍ର ହନ୍ତାଳ, କାହ୍ନୁଚରଣ ମଲିକ, ଜ୍ଞାନ ରଂଜନ ସାହୁ, ସୀତାକାନ୍ତ ମହାନ୍ତି, ଅବକାରୀ ମହିଳା କନେଷ୍ଟବଳ ଜୁଲି ସା, ସରିତା ନାୟକ ଓ ଭ୍ରାମ୍ୟମାଣ ଅବକାରୀ କର୍ମଚାରୀମାନେ ଉକ୍ତ ଅଙ୍ଗନ ୱାର୍ଡି କେନ୍ଦ୍ର ଉପରେ ଅଚାନକ ଭାବେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ଅଙ୍ଗନୱାର୍ଡି କେନ୍ଦ୍ରରୁ ଦୁଇପେଟି ବେଆଇନ ବିଦେଶୀମଦ ମିଳିଛି, ସେଥିମଧ୍ୟରୁ ୯୫ଟି ହୁଇସ୍କି, ଅଫିସରସ୍ ଚଏସ୍ ଓ ୪୬ଟି ଟିନ ବିୟର ଜବତ କରାଯାଇଛି। ବେଆଇନ ଭାବେ ଏହି ବିଦେଶୀ ମଦ ଅଙ୍ଗନୱାର୍ଡି କେନ୍ଦ୍ରଭିତରେ ରଖି ବିକ୍ରୀକରୁଥିବା ଅଙ୍ଗନକର୍ମୀ ଉର୍ମିଳା ମଣ୍ଡଳଙ୍କୁ ଆବକାରି ବିଭାଗ ଗିରଫକରି ଜିଲ୍ଲାଅବକାରୀ ବିଭାଗ କାର୍ଯ୍ୟାଳୟକୁ ଆଣି ଜେରା ଚଳାଇଛନ୍ତି। ଏହି ଟିଟଙ୍ଗ ଗ୍ରାମଟି ଛତିଶଗଡ ରାଜ୍ୟ ସୀମାନ୍ତରେ ଥିବାରୁ ପ୍ରତିଦିନ ବହୁସଂଖ୍ୟାରେ ଛତିଶଗରୁ ଲୋକମାନେ ଆସି ଏହି ଅଙ୍ଗନ ୱାର୍ଡିକେନ୍ଦ୍ରରେ ମଦପିଇବାସହିତ ମଦ କ୍ରୟ କରିନେଇଥାନ୍ତି।କେତକ ମଦପିଇ ନିଶାରେ ଗ୍ରାମବାସୀ ମାନଙ୍କ ସହିତ ଝଗଡାମଧ୍ୟ କରିଥାନ୍ତି। ଗାଁରେ ବେଆଇଭାବେ ମଦବିକ୍ରୀ ହେବା ମଦ୍ୟପାନକରି ଗାଁ ର ପୁରୁଷ ଓ ଯୁବକକ ମାନେ ଘରେ ଝଗଡା କରିବା ଇତ୍ୟାଦି ଘଟଣା ଯୋଗୁଁ ଗ୍ରାମବାସୀମାନେ ଏ ସଂପର୍କରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲାଅବକାରୀ ବିଭାଗକୁ ଜଣାଇଥିଲେ। କମୋଳମତି ଶିଶୁତିଆରୀ କାରଖାନା ଅଙ୍ଗନ ୱାର୍ଡିକେନ୍ଦ୍ରରେ ଶିଶୁମାନଙ୍କୁ ଶିକ୍ଷାଦାନ ଦେଇ ଆଦର୍ଶ ଛାତ୍ର ଛାତ୍ରୀ ଭାବେ ଗଢିତୋଳିବା ବଦଳରେ ଖୋଦ ମହିଳା ଅଙ୍ଗନୱାର୍ଡିକର୍ମୀ ନିଜେ ବେଆଇନ ଭାବେ ମଦ ବିକ୍ରିକରିବା ଓ ମଦସହିତ ଗିରଫ ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟପାଲଟିଛି ଏ ସଂପର୍କରେ ଆମେ ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ସ୍ୱଣ୍ଣ ର୍ଲତାବିଶ୍ୱାସ ଙ୍କୁ ପଚାରିବାରୁ ସେ କହିଥିଲେ ଟିଟଙ୍ଗ ଗ୍ରାମରେ ଥିବା ଅଙ୍ଗନୱାର୍ଡି କେନ୍ଦ୍ରରେ ୱାର୍ଡିକର୍ମୀ ମଦବିକ୍ରୀ କରିବା ଅଭିଯୋଗରେ ଗିରଫ ହେବା ଘଟଣା ଜାଣିବାପରେ ସେଠାକୁ କୋରକୁଣ୍ଡା ସିଡିପିଓ ବିପୁଳାସରଦାର ଗସ୍ତକରି ତଦନ୍ତ ଆରମ୍ଭ କରିଛନ୍ତି, ଅଙ୍ଗନୱାଡ଼ି କେନ୍ଦ୍ରରେ ସେ ରଖିଥିବା ଥିବା କିଛି ଦୋକାନ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ପୂର୍ବରୁ ସେହି କନ୍ଦ୍ରରେ ଅଙ୍ଗନୱାର୍ଡି କର୍ମୀ ନିୟମିତ ଭାବେ ରହୁନଥିବାରୁ ତାଙ୍କଦରମା ବନ୍ଦକରା ଗଲାପରେ ଗତ ମାର୍ଚମାସ ଠାରୁ ସେ ସେଠାରେ ନିୟମିତଭାବେ ରହିଆସୁଥିଲେ।କେନ୍ଦ୍ର ନିକଟରେ ସେ ଛୋଟିଆ ଦୋକନାଟିଏ ଖୋଲି ସେଥିରେ ଗ୍ରୋସରି ସାମଗ୍ରୀ ସହିତ ଲୁଗାପଟା ବିକ୍ରିକରୁଥିଲେ। ମଦ ବିକ୍ରୀକରୁଥିବାର ସେମିତି କିଛି ଆମନିକଟରେ ଆଗରୁ ଅଭିଯୋଗ ଆସିନାହିଁ। ତଥାପି ଅଙ୍ଗନୱାର୍ଡି କେନ୍ଦ୍ରରୁ ଦୋକାନ ହଟାଇଦେବା ପାଇଁ ଅନେକ ଥର ସିଡିପିଓ, ସୁପରଭାଇଜର ମାନେ ତାଙ୍କୁ କହିଛନ୍ତି।ସେ ମଦବିକ୍ରୀ କରୁଥିଲେ କି ନାହିଁ ସେ ସଂପର୍କରେ ଆମ ବିଭାଗପକ୍ଷରୁ ତଦନ୍ତ ଚାଲିଛି, ଏହା ପ୍ରାମାଣିତ ହେଲାପରେ ଅଙ୍ଗନୱାର୍ଡି କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.