Home କୋରାପୁଟ କୋରାପୁଟରେ ଶ୍ରମିକ ଦିବସ ପାଳିତ

କୋରାପୁଟରେ ଶ୍ରମିକ ଦିବସ ପାଳିତ

157

କୋରାପୁଟ ୦୨-୦୫-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାରେ ଶ୍ରମିକ ଦିବସ ପାଳିତ ହୋଇଛି। ଦୀର୍ଘ ଦିନରୁ ସେମାନେ ଦାବି କରି ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ପ୍ରତି ସରକାର ସକରାତ୍ମକ ନିଷ୍ପତି ନେବାକୁ ଶ୍ରମିକ ସଙ୍ଗଠନ ଗୁଡିକ ଆହ୍ୱାନ ଦେଇଥିଲେ। ଜିଲା ସଦର ମହକୁମାରେ ସ୍ଥାନୀୟ ଆଦିବାସୀ ସଂଗ୍ରାହଳୟରେ ଉତ୍କଳ ମଜଦୁର ସଂଘ ଦ୍ୱାରା ଜିଲା ସ୍ତରୀୟ ଶ୍ରମିକ ଦିବସ ପାଳିତ ହୋଇଥିଲା। ସଲମନ ଖରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ବିଶିଷ୍ଟ ଶ୍ରମିକ ନେତା ଭାଲ ଚନ୍ଦ୍ର ଷଡଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ଶ୍ରମିକ ମାନଙ୍କ ଦୟନୀୟ ଅବସ୍ଥା ପାଇଁ ଚିନ୍ତା ପ୍ରକଟ କରିବା ସହ ରାଜ୍ୟ ସରକାର ସେମାନଙ୍କ କଲ୍ୟାଣ ନିମନ୍ତେ ଥିବା ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ନିବେଦନ କରିଥିଲେ। ଗ୍ରାମାଂଚଳରେ ଶ୍ରମିକ ମାନଙ୍କୁ ଠକା ଯାଉଥିବା, ସର୍ବନିମ୍ନ ମଜୁରୀ ଦିଆ ଯାଉନଥିବା ଭଳି ଅଭିଯୋଗ କରି ଶ୍ରୀ ଷଡଙ୍ଗୀ ଏଥି ପ୍ରତି ଗୁରୁତ୍ୱ ଦେବାକୁ ଜିଲା ଶ୍ରମ ବିଭାଗ ଅଧିକାରୀ ମାନଙ୍କ ହସ୍ତକ୍ଷେପ ଲୋଡିଥିଲେ। ଆଇନଜୀବୀ ତଥା ସଂଘର ଉପଦେଷ୍ଟା ଗୁପ୍ତେଶ୍ୱର ପାଣିଗ୍ରାହି, ନବରଙ୍ଗପୁରର ଶ୍ରମିକ ନେତା ଏନ୍.ଅହମ୍ମଦ୍, ଶ୍ରମିକ ନେତା ସନ୍ୟାସୀ ଖୀଲ, ପବିତ୍ର କୁମାର ଖୋସ୍ଲା, ସୋମନାଥ ଖରା ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.