Home ଆନ୍ତର୍ଜାତୀୟ ୟୋସିହିଡେ ସୁଗା ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ୟୋସିହିଡେ ସୁଗା ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

225

ଟୋକିଓ ୧୪-୯ (ଓଡିଆ ପୁଅ) – ୟୋସିହିଡେ ସୁଗା ସୋମବାର ଜାପାନର ଶାସକ ଦଳର ନୂତନ ମୁଖ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କୁ ଦେଶର ପରବର୍ତ୍ତୀ ନିର୍ବାଚନରେ ଆସନ ଜିତିବାକୁ ହେବ।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେବେ ବୋଲି ଗତ ମାସରେ ଘୋଷଣା କରିଥିଲେ। ତାଙ୍କର ଉତ୍ତରାଧିକାରୀ ବାଛିବା ପାଇଁ ଶାସକ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ନିର୍ବାଚନ କରିଥିଲା। ଏଥିରେ ସୁଗାଙ୍କୁ ୩୭୭ ଭୋଟ୍ ମିଳିଥିଲା ଏବଂ ଅନ୍ୟ ଦୁଇ ପ୍ରତିଯୋଗୀଙ୍କ ମଧ୍ୟରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶିଦା ୮୯ ଭୋଟ୍ ପାଇଥିବାବେଳେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗୁରୁ ଇଶିବା ୬୮ ଟି ପାଇଛନ୍ତି।

ବର୍ତ୍ତମାନର ଆବେ ସରକାରରେ ଥିବା ମୁଖ୍ୟ କ୍ୟାବିନେଟ ସଚିବ ବାବେ ସୁଗା କାର୍ଯ୍ୟକରୁଥିଲେ। ଲିବରାଲ୍ ଡେମୋକ୍ରାଟ୍ସଙ୍କ ଶାସକ ମିଳିତ ମଞ୍ଚର ବହୁମତ ଥିବାରୁ ବୁଧବାର ସଂସଦୀୟ ଭୋଟ୍ ରେ ସେ ନିର୍ବାଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.