Home ଅପରାଧ ଡ୍ରଗ୍ସ ମାମଲାରେ ଏନସିବିକୁ ବଡ ସଫଳତା – ଶୋଭିକ୍ ଚକ୍ରବର୍ତ୍ତୀ ସାଙ୍ଗ ଡ୍ରଗ୍ସ ପେଡଲର ସୁରଦୀପକୁ...

ଡ୍ରଗ୍ସ ମାମଲାରେ ଏନସିବିକୁ ବଡ ସଫଳତା – ଶୋଭିକ୍ ଚକ୍ରବର୍ତ୍ତୀ ସାଙ୍ଗ ଡ୍ରଗ୍ସ ପେଡଲର ସୁରଦୀପକୁ ଧରିଲା ଏନସିବି

257

ନୂଆ ଦିଲ୍ଲୀ ୧୪, ସେପ୍ଟେମ୍ବର (ଓଡ଼ିଆ ପୁଅ) ଡ୍ରଗ୍ସ ଆଙ୍ଗେଲ ଅନୁଧ୍ୟାନ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ଜାରି ରହିଛି।

ମୁମ୍ବାଇ ଏବଂ ଗୋଆରେ ରେଡ କରିଛି ଏନସିବି। ସୋମବାର ସକାଳେ ଡ୍ରଗ୍ସ ପେଡଲର ସୁରଦୀପ ମଲହୋତ୍ରାର ଘରେ ରେଡ କରି ତାକୁ ଗିରଫ କରାଯାଇଛି।

ରିୟା ଏବଂ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କ ସହ ସୂର୍ଯ୍ୟଦୀପ ମାଲହୋତ୍ରାର ସମ୍ପର୍କ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୁରଦୀପ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀର ସ୍କୁଲ ଦିନର ସାଙ୍ଗ। ଡ୍ରଗ୍ସ ସଂଯୋଗରେ ସୁରଦୀପଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୁହାଯାଉଛି। ଅଭିଯୋଗ ହୋଇଛି ଯେ, ସୁରଦୀପ ମୁମ୍ବାଇର ବଡ ସେଲିବ୍ରିଟିମାନଙ୍କ ପାଇଁ ଡ୍ରଗ୍ ପେଡଲର ଭାବରେ ମଧ୍ୟ କାର୍ଯ୍ୟ କରୁଥିଲା। ଏନସିବି ଅନୁସନ୍ଧାନରେ ରିୟା ଏବଂ ଶୌଭିକଙ୍କ ଚାଟରେ ସୁରଦୀପଙ୍କ ନାମ ମଧ୍ୟ ଆସିଛି। ଟିଭି ରିପୋର୍ଟ ଅନୁଯାୟୀ, ଏନସିବି ଟିମ୍ ସୁରିଦୀପଙ୍କୁ ଏନସିବି କାର୍ଯ୍ୟାଳୟରେ ପଚରାଉଚରା କରୁଛି।

ଏଥି ସହ ରିୟା ଚକ୍ରବର୍ତ୍ତୀ ଏବଂ ବଲିଉଡ ଡ୍ରଗ୍ସ ସଂଯୋଗରେ ଧରାପଡିଥିବା ୭ ଜଣ ଡ୍ରଗ୍ ପେଡଲରଙ୍କୁ ଆଜି ଏନସିବି କୋର୍ଟରେ ହାଜର କରାଯିବ। ସମସ୍ତ ଅଭିଯୁକ୍ତଙ୍କର କରୋନା ପରୀକ୍ଷା ପାଇଁ ଡାକ୍ତରଖାନାକୁ ନିଆଯାଇଛି।

ଜଣେ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ କରମଜିତ ସିଂ ଆନନ୍ଦ, ଡୱେନ ଫର୍ଣ୍ଣାଣ୍ଡିସ୍, ସଙ୍କେତ ପଟେଲ, ଅଙ୍କୁଶ ଆର୍ନେଜା, ସନ୍ଦୀପ ଗୁପ୍ତା ଏବଂ ଆଫତାବ ଫତେହ ଅନସାରୀ ବୋଲି ଜଣାପଡିଛି।

ଅନୁସନ୍ଧାନ ବେଳେ ଏସବୁର ନାମ ପଦାକୁ ଆସିବା ପରେ ସେମାନଙ୍କୁ ଧରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.