Home Coronavirus Outbreak ପିତୃ ବିୟୋଗ ଖବର ପାଇ ମଧ୍ୟ ବୈଠକ ଜାରୀ ରଖିଥିଲେ ସିଏମ୍ ଯୋଗୀ

ପିତୃ ବିୟୋଗ ଖବର ପାଇ ମଧ୍ୟ ବୈଠକ ଜାରୀ ରଖିଥିଲେ ସିଏମ୍ ଯୋଗୀ

899

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତୃ ବିୟୋଗ ଘଟିଛି। ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଶ୍ୱଙ୍କର ଦେହାନ୍ତ ହୋଇଛି। ସୋମବାର ସକାଳ ୧୦: ୪୪ ସମୟରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଉତ୍ତରପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଅବନୀଶ କୁମାର ଆୱସ୍ତି ଏହା ନିଶ୍ଚିତ କରିଛନ୍ତି।

ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କର ଯକୃତ ଏବଂ କିଡନୀ ସମସ୍ୟା ଥିଲା। ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ମାର୍ଚ୍ଚ ୧୩ ତାରିଖରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡାକ୍ତରଖାନାର ଗେଷ୍ଟ୍ରୋ ବିଭାଗର ଡକ୍ଟର ଭିନେଟ ଅହୁଜାଙ୍କ ଟିମ୍ ଚିକିତ୍ସା କରୁଥିଲେ। ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଗତକାଲି ଡାଏଲିସିସ୍ କରାଯାଇଥିଲା। ଯେତେବେଳେ ପିତାଙ୍କ ଦେହାନ୍ତ ବିଷୟରେ ସିଏମ୍ ଯୋଗୀଙ୍କୁ ଅବଗତ କରାଯାଇଥିଲା, ସେତେବେଳେ ସେ ୧୧ଟି କମିଟିର ସଭାପତିଙ୍କ ସହ କରୋନା ଭାଇରସ୍ ମୁକାବିଲା ନେଇ ଏକ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ସୂଚନା ପାଇବା ପରେ ମଧ୍ୟ ପ୍ରାୟ ଅଧ ଘଣ୍ଟା ଧରି ବୈଠକ ଜାରୀ ରଖିଥିଲେ ଯୋଗୀ ଆଦିତ୍ୟନାଥ। -ଦେବଦତ୍ତ ରଥ

ମବ୍ ଲିଞ୍ଚିଂ; ଦୁଇ ସାଧୂ ଏବଂ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା: ସାଧୂ ସମାଜ କ୍ଷୁବ୍ଧ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.