Home ଅପରାଧ ମବ୍ ଲିଞ୍ଚିଂ; ଦୁଇ ସାଧୂ ଏବଂ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା: ସାଧୂ ସମାଜ କ୍ଷୁବ୍ଧ

ମବ୍ ଲିଞ୍ଚିଂ; ଦୁଇ ସାଧୂ ଏବଂ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା: ସାଧୂ ସମାଜ କ୍ଷୁବ୍ଧ

857

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ମବ୍ ଲିଞ୍ଚିଂ ଘଟି ଦୁଇଜଣ ସାଧୂ ଏବଂ ଜଣେ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଲୋକ। ମୃତକ ଦୁଇଜଣ ସାଧୁ ସୁଶୀଲ ଗିରୀ ମହାରାଜ, ନୀଲେଶ ତେଲଗଡେ ଏବଂ ଡ୍ରାଇଭର ଜୟେଶ ତେଲଗେଡ ବୋଲି ଜଣାପଡିଛି। ଏହି ହତ୍ୟାକାଣ୍ଡ ଘଟଣାରେ ୧୧୦ ଜଣଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ। ମହାରାଷ୍ଟ୍ର ପାଲଘର ଜିଲ୍ଲାର ଦାବଦୀ ଖାନଭେଲ ରୋଡର ଆଦିବାସୀ ଗ୍ରାମରେ ପ୍ରାୟ ୨୦୦ ଲୋକ ଏହି ୩ ଜଣଙ୍କୁ ଡକାୟତ ଭାବି ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ।ଏହାପରେ ସେମାନଙ୍କ ଗାଡ଼ିକୁ ଅଟକାଇ ସେମାନଙ୍କୁ ଗାଡ଼ିରୁ ବାହାର କରି ଠେଙ୍ଗା ଓ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ। ଗାଡ଼ିର ଡ୍ରାଇଭର ସେହି ସମୟରେ ପୋଲିସକୁ ଏ’ ବିଷୟରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଭିଡ଼ ଏତେ ଭୟଙ୍କର ଥିଲା ଯେ ସେମାନେ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ଘଟଣାରେ ୫ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସାଧୁ ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ଫୋନ ମାଧ୍ୟମରେ କଥା ହୋଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ପାଲଘରରେ ଯେଉଁଭଳି ମବ୍ ଲିଞ୍ଚିଂ ଘଟିଲା ​​ତାହା ମାନବିକତାକୁ କ୍ଷୁର୍ଣ୍ଣ କରୁଛି। ସେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦୁଇ ସାଧୁ, ଡ୍ରାଇଭର ଏବଂ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ୧୧୦ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଅତ୍ୟନ୍ତ ଲଜ୍ଜା ଜନକ। ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି। -ଦେବଦତ୍ତ ରଥ

ବିବାଦ ସୃଷ୍ଟି କରୁଛନ୍ତି ସୋଫିୟା ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.