Home Coronavirus Outbreak ଓଡ଼ିଶାରେ ଦୁଇ ବର୍ଷର ଶିଶୁକନ୍ୟା କରୋନା ପଜିଟିଭ୍

ଓଡ଼ିଶାରେ ଦୁଇ ବର୍ଷର ଶିଶୁକନ୍ୟା କରୋନା ପଜିଟିଭ୍

737

ବାଲେଶ୍ୱର ୨୦-୪ (ଓଡ଼ିଆ ପୁଅ): ଆଜି ଓଡ଼ିଶାରେ ନୂଆ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୨ ଆକ୍ରାନ୍ତ ଅଛନ୍ତି। କିନ୍ତୁ ଦୁଃଖର କଥା ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଦୁଇ ବର୍ଷର ଶିଶୁ କନ୍ୟା ଥିବା ଜଣାଯାଇଛି। ଶିଶୁ କନ୍ୟାଟି ନୀଳଗିରି ବରହମପୁର ଥାନା ଅଞ୍ଚଳର ବୋଲି ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ବାଲେଶ୍ବରର ୨ କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ମିଳିଛି। ଜଣେ ୩୨ ବର୍ଷୀୟ ବ୍ୟକ୍ତି ଏବଂ ଜଣେ ୨ ବର୍ଷର ଶିଶୁ କନ୍ୟାଙ୍କୁ କରୋନା ପଜିଟିଭ୍ ଆସିଛି ବୋଲି ସୂଚନାସୂଚନା ଓ ଲୋକ ସମ୍ପର୍କ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ୧୬ ତାରିଖରେ ଝିଅଟିର ସାମ୍ପଲ ନିଆଯାଇଥିଲା। ଆଜି ରିପୋର୍ଟ ପଜିଟିଭ ଆସିଛି। ସଂପୃକ୍ତ ପରିବାରକୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହାସହିତ ଜଣେ ୩୨ ବର୍ଷର ପୁରୁଷ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.