Home Coronavirus Outbreak କଟକଣା ସତ୍ତ୍ୱେ ଶ୍ରୀମନ୍ଦିରକୁ ଧସେଇ ପଶିବା ମହଙ୍ଗା ହେଲା : ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

କଟକଣା ସତ୍ତ୍ୱେ ଶ୍ରୀମନ୍ଦିରକୁ ଧସେଇ ପଶିବା ମହଙ୍ଗା ହେଲା : ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

601

କଟକ୨୦ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ କାଲି ସରକାରୀ ନିୟମକୁ ଉଲଙ୍ଘନ କରି ଜଣେ ପୁଲିସ ଅଧିକାରୀ ଶ୍ରୀମନ୍ଦିରରେ ଜବରଦସ୍ତ ପ୍ରବେଶ ଘଟଣାରେ ଆଜି ଅଧିକାରୀ ଜଣଙ୍କ ନିଳମ୍ବିତ ହେବା ସୂଚନା ମିଳିଛି। ନିଜ ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ଘଟଣାରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ପୁଲିସ ମହାନିର୍ଦେଶକ ଅଭୟ ନିଲମ୍ବିତ କରିଛନ୍ତି। ପୁରୀ ସିଂହଦ୍ୱାର ଥାନାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ପଞ୍ଜୀକୃତ ହୋଇଛି ଏବଂ ଏହାର ତଦନ୍ତ ଚାଲିଛି। ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦେଶକ। କରୋନା ଲକ୍‌ଡାଉନ୍ ସମୟରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ଉପରେ ମନ୍ଦିର ପ୍ରଶାସନ କଟକଣା ଜାରି କରିଛନ୍ତି। ଉକ୍ତ ନିୟମକୁ ପୁଲିସ ଅଧିକାରୀ ଉଲଙ୍ଗନ କରି ନିଲମ୍ବନ ହେବା ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

ସୂଚନାଯୋଗ୍ୟ- ବଡଚଣା ଥାନା ଅଧିକାରୀ ନିଜ ପରିବାର ସହ ଯାଇଥିଲେ ମନ୍ଦିର। ଜଣେ ହାବିଲଦାରଙ୍କ ଏତଲା କ୍ରମେ ସିଂହଦ୍ଵାର ଥାନାରେ ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ନାଁରେ ମାମଲା ରୁଜୁ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା। ଦକ୍ଷିଣ ଦ୍ବାର ନିକଟରେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ପ୍ରବେଶ କରିବାକୁ ମନା କରିଥିଲେ ମଧ୍ୟ ପରିବାର ସହ ମନ୍ଦିରକୁ ଧସେଇ ପଶିଥିଲେ ଏହି ଥାନାବାବୁ। କରୋନା କାରଣରୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଥିବା ସତ୍ତ୍ୱେ ଶ୍ରୀ ଜେନା ତାଙ୍କ ପରିବାର ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.