Home ଓଡ଼ିଶା କି ଶାସନ ! ଶବ ବାହକ ଗାଡି ପାଇଁ ଟଙ୍କା ନଥିଲା, ସ୍ତ୍ରୀ ଟ୍ରେନରେ ଆଣିଲେ...

କି ଶାସନ ! ଶବ ବାହକ ଗାଡି ପାଇଁ ଟଙ୍କା ନଥିଲା, ସ୍ତ୍ରୀ ଟ୍ରେନରେ ଆଣିଲେ ସ୍ୱାମୀଙ୍କ ଶବ – ସାଇ ଲୋକ ଚାନ୍ଦା କରି କଲେ ସତ୍କାର

165

ବଲାଙ୍ଗୀର ୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟର ବର୍ତ୍ତମାନ ଏପରି ପରିସ୍ଥିତି। ମୁଖ୍ୟମନ୍ତ୍ରୀ କହୁଛନ୍ତି ଆପଣମାନେ ଖୁସିତ? ହଁ, ସିଏ ବି ଖୁସି। କିନ୍ତୁ ରାଜ୍ୟରେ ଲୋକଙ୍କ ଆର୍ଥିକ ଅବସ୍ଥା କହିଲେ ନଚଳେ। ବାଧ୍ୟ ହୋଇ ଭୋଟ ଦେଇ ଦେଉଛନ୍ତି ଲୋକେ। ବିରୋଧିର ସ୍ୱର ନାହିଁ କି ଗରିବର ଦୁଃଖ ଦେଖିବାକୁ କେହି ନାହିଁ। କିଏ ବା ଦେଖିବ? ଶାସକ ବିରୋଧି ହାତ ମିଳାଇ ବାହାରେ ଲୋକ ଦେଖାଣିଆ ବିରୋଧ। ତୃଣମୂଳ ସ୍ତରରେ ଲୋକଙ୍କ ଅବସ୍ଥା ବୁଝୁଛି କିଏ ? ଶାସନ ଓଡ଼ିଶାରେ ଏହିପରି ଚାଲିଛି। ଉପର ଚାକଚକ୍ୟ ଭିକର ପୋଲା। ଗରିବର ଦୁଃଖ କିଏବା ବୁଝିବ? ଓଡ଼ିଶାରେ ଚାଲିଛି ବାବୁ ରାଜ୍। ନେତା ଗୌଣ। ତେଣୁ ଲୋକଙ୍କ ଆର୍ଥିକ ସ୍ଥିତି କିପରି କେହି ବୁଝି ପାରୁନାହାଁନ୍ତି। ତେବେ ଚାଲନ୍ତୁ ଖବରକୁ ଯିବା।

ଟିଟିଲାଗଡ଼ ସ୍ଥାନୀୟ ୱାର୍ଡ ନମ୍ବର ୧୪ ନିବାସୀ ଅର୍ଜୁନ ମହାରଣା (୪୦) ନାମକ ଜଣେ ବ୍ୟକ୍ତିଙ୍କୁ ହଠାତ ଅସୁସ୍ଥତା ଯୋଗୁଁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କୁ ଏକ ଇଂଜେକସନ ଦେବା ମାତ୍ରେ ଅଚେତ ହୋଇ ଗୁରୁତର ହୋଇଯାଇ ଥିଲେ, ଏ ନେଇ ତାଙ୍କ ସ୍ତ୍ରୀ ଡାକ୍ତରଙ୍କୁ ଜଣାଇବା ପରେ ଏକ ସାଲାଇନ ଦେଇ ତୁରନ୍ତ ବଲାଙ୍ଗୀର ମେଡ଼ିକାଲ କଲେଜ ହସ୍ପିଟାଲ ନେଇ ଯିବାକୁ କହିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ତୁରନ୍ତ ନିଆଯାଇ ଥିଲା,ହେଲେ ସେଠି ତାଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଉକ୍ତ ମୃତ ସ୍ଵାମୀଙ୍କ ଶବ ଟିଟିଲାଗଡ଼କୁ ଆଣିବା ନିମନ୍ତେ ଜଣାଇବାରୁ ଶବାବାହକ ଗାଡି ପାଇଁ ପାଞ୍ଚ ଶହ ଟଙ୍କା ଜମା କରିବାକୁ କୁହାଯାଇଥିଲା, ହେଲେ ଟଙ୍କା ନ ଥିବା ଓ ବି ପି ଏଲ କାର୍ଡ ଥିବା କହି ଅନୁରୋଧ କରିଥିଲେ, କିନ୍ତୁ ଟିକଟ କେନ୍ଦ୍ରରେ ଉକ୍ତ ଟଙ୍କା ପରେ ଦିଆଯାଇଥିବା ରସିଦ ଦେଖାଇ ଫେରସ୍ତ ନେଇ ପାରିବ ବୋଲି କୁହାଯାଇଥିଲା। ହେଲେ ମୃତ ଅର୍ଜୁନଙ୍କ ସ୍ତ୍ରୀ ଟଙ୍କା ନ ଥିବା କହି ଗୁହାରି କରିବା ସତ୍ୱେ କର୍ତ୍ତୃପକ୍ଷ ଶୁଣି ନ ଥିଲେ। ଶେଷରେ ନରିଆ ନାଏକ ନାମକ ଜଣେ ବ୍ୟକ୍ତି ଙ୍କ ସହାୟତା ରେ ଉକ୍ତ ଶବ କୁ ଏକ ରିକ୍ସା ଯୋଗେ ବଲାଙ୍ଗୀର ରେଳ ଷ୍ଟେସନ କୁ ଆଣି ପାସେଞ୍ଜର ଟ୍ରେନ ରେ ଟିଟିଲାଗଡ଼ ଆଣିଥିଲେ। ଟିଟିଲାଗଡ଼ ଷ୍ଟେସନ ରେ ପହଞ୍ଚିବା ପରେ ପୋଲିସ ସୂଚନା ପାଇ ଏକ ଶବବାହକ ଗାଡି ବ୍ୟବସ୍ଥା କରି ଘରକୁ ଶବ ପଠେଇଥିଲେ। ଉକ୍ତ ଅର୍ଜ୍ଜୁନ ଶାରୀରିକ ଭିନ୍ନକ୍ଷମ ଥିବା ସତ୍ୱେ ରୋଜଗାର କରି ନିଜ ସ୍ତ୍ରୀ ଓ ୭ ବର୍ଷୀୟ ଶିଶୁକୁ ପ୍ରତିପୋଷଣ କରି ଆସୁଥିଲେ। ତାଙ୍କ ସ୍ତ୍ରୀ ଙ୍କ ପାଖରେ ଶବ ସତ୍କାର ପାଇଁ ଟଙ୍କା ନ ଥିବାରୁ ସାଇ ଲୋକ ଚାନ୍ଦା କରି ଶବ ସତ୍କାର କରିଛନ୍ତି। ହରିଶ୍ଚନ୍ଦ୍ର ଯୋଜନା ଅନୁଯାୟୀ ୨୦୦୦ ଟଙ୍କା ସହାୟତା ଯୋଗାଇଦେବାକୁ ସରକାରୀ ନିୟମ ଥିବା ବେଳେ ତାହା ବି ପାଇ ପାରି ନ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.