Home ଓଡ଼ିଶା ବିଜେପି ସୋସିଆଲ ମିଡିଆ ଏବେ ଏତେ କୃପଣ କାହିଁକି?

ବିଜେପି ସୋସିଆଲ ମିଡିଆ ଏବେ ଏତେ କୃପଣ କାହିଁକି?

1138

ଭୁବନେଶ୍ୱର:କେଉଁ ରାଜନୈତିକ ଦଳ ଯଦି ସୋସିଆଲ ମିଡିଆରେ ସବୁଠୁ ସକ୍ରିୟ ଥାଏ,ସିଏ ହେଲା ବିଜେପି।ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସୋସିଆଲ ମିଡିଆକୁ ଖୁବ୍ ଗୁରୁତ୍ୱ ଦେଉଛନ୍ତି।ଓଡ଼ିଶାରେ ମଧ୍ୟ ବିଜେପି ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ।ଏପରିକି ରାଜ୍ୟ ବିଜେପିରେ ଭରା କାର୍ଯ୍ୟକ୍ରମରେ ନେତା,ମନ୍ତ୍ରୀ,ପଦାଧିକାରୀଙ୍କ ଉପସ୍ଥିତିରେ ସୋସିଆଲ ମିଡିଆ ଦାୟିତ୍ୱରେ ଥିବା ପ୍ରଭାରୀ ସୋସିଆଲ ମିଡିଆର ଅଧିକ ଉପଯୋଗ କରିବା ପାଇଁ କହିବା ବେଳେ ସମସ୍ତେ ସ୍ମାର୍ଟଫୋନ ନିହାତି ବ୍ୟବହାର କରନ୍ତୁ ବୋଲି କହୁଛନ୍ତି।ଓଡ଼ିଶା ବିଜେପି ମଧ୍ୟ ସୋସିଆଲ ମିଡିଆର ଭରପୁର ଉପଯୋଗ କରୁଛି।କଥା ସାମାନ୍ୟ ଥିଲେ ମଧ୍ୟ ତାକୁ ପ୍ରଚାର ପ୍ରସାର କରାଉଛି।

କିନ୍ତୁ,ଏବେ ଏକ ବଡ଼ ଘଟଣାରେ କାଇଁ ବିଜେପି ଓଡ଼ିଶା ସୋସିଆଲ ମିଡିଆ ଟିକେ କୃପଣ ଥିଲା ପରି ଅନୁଭବ ହେଉଛି।ମିଶ୍ରଣ ପର୍ବକୁ ବିଜେପି ଖୁବ୍ ଗୁରୁତ୍ୱ ଦେବା ସହ ଉସ୍ଚୁକତାର ସହ ସୋସିଆଲ ମିଡିଆରେ ପୋଷ୍ଟ କରିବାର ଦେଖାଯାଏ।କିନ୍ତୁ ଏବେ ଯେଉଁ ସବୁଠାରୁ ବଡ଼ ମିଶ୍ରଣ ଘଟିଲା,ଅପରାଜିତାଙ୍କ ମିଶ୍ରଣ କ୍ଷେତ୍ରରେ ବିଜେପି ଓଡ଼ିଶା ଟିକେ ଆଗ୍ରହୀ ନଥିଲା ପରି ଅନୁଭବ ହେଉଛି।ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ଦ୍ବାରା ସଞ୍ଚାଳିତ ସୋସିଆଲ ମିଡିଆରେ ଅପରାଜିତାଙ୍କୁ ନେଇ ଖୁବ୍ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ବିଜେପି ଓଡ଼ିଶା ସୋସିଆଲ ମିଡିଆ ଉତ୍ସାହିତ ନଥିବା ପରିଲିକ୍ଷିତ ହେଉଛି।ଏପରିକି ସୋସିଆଲ ମିଡିଆ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସମେତ କିଛି ନେତୃତ୍ୱଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଅପରାଜିତାଙ୍କ ଆଗମନକୁ ନେଇ ସେପରି ପୋଷ୍ଟ,ଏପରିକି ଆଦୌ ଦେଖିବାକୁ ମିଳୁନି।ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତା ଏତେ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏମାନେ ଏତେ ଉଦାସ କାହିଁକି?ଏପରି କି ମିଳିଥିବା ଖବର ଅନୁଯାୟୀ ଅପରାଜିତାଙ୍କୁ ନେଇ ସେପରି କିଛି ପୋଷ୍ଟ କରିବାକୁ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କୁ ବାରଣ କରାଯାଇଥିବା ଜଣାପଡ଼ିଛି।ଏ ନେଇ ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଆଲୋଚନା ହେଉଥିବା ସହ ଏହାକୁ ନାପସନ୍ଦ କରାଯାଉଛି/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.