Home କୋରାପୁଟ କୋରାପୁଟ ଜିଲ୍ଲାରେ ଏଡସରେ ୪୪୭ଜଣଙ୍କ ମୃତ୍ୟୁ

କୋରାପୁଟ ଜିଲ୍ଲାରେ ଏଡସରେ ୪୪୭ଜଣଙ୍କ ମୃତ୍ୟୁ

118

କୋରାପୁଟ ; ତା୩୦-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆସନ୍ତାକାଲି ବିଶ୍ୱ ଏଡସ ଦିବସ ପାଳନ କରାଯିବ ।ଏହି ଉପଲକ୍ଷେ ଏକ ସଚେତନତା ସଭା ଆୟୋଜନ କରାଯିବ ।କୋରାପୁଟ ଜିଲ୍ଲା ଏଡସ ପ୍ରତିକାର ଓ ନିୟନ୍ତ୍ରଣ କକ୍ଷ ଦ୍ୱାରା ସଚେତନତା କରାଯାଉଥିବା ଜଣାପଡିଛି ।
କୋରାପୁଟ ଜିଲ୍ଲାରେ ୧୭୨୦ ଜଣ(ପୁରୁଷ ୯୬୧ ଓମହିଳା ୭୫୯) ଏଡସ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ୪୪୭ ଜଣ(ପୁରୁଷ ୩୦୭ ଓ ମହିଳା ୧୪୦) ଏଡସ ରୋଗରେ ମୃତ୍ୟୁବରଣ କରିଥିବା କୋରାପୁଟ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ସାମ୍ବାଦିମାନକୁଂ ସୂଚନା ଦେଇଛନ୍ତି ।୮୯୦ ଜଣ ଏଡସ ରୋଗୀମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତଭୁକ୍ତ କରାଯାଇଥିବା ସେ ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆଇସିଟିସି ମାଧ୍ୟମରେ କାଉନସିଲିଂ କରାଯାଉଥିବା ବେଳେ ରକ୍ତ ନମୁନା ପରୀକ୍ଷା କରାଯାଉଥିବା ସେ ପ୍ରକାଶ କରିଥିଲେ ।୨୦୧୮ ମସିହା ଆଜି ପର୍ଯ୍ୟନ୍ତ ୪୪ ୮୭୭ ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୪୩୧୨୧ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ସେ ସୂଚନା ଦେଇଥିଲେ ।୨୦୧୮ ମସିହା ଆଜି ପର୍ଯ୍ୟନ୍ତ ୬୦ ଜଣ ପୁରୁଷ ଓ ୪୭ ଜଣ ମହିଳାଙ୍କ ରକ୍ତ ନମୁନା ପଜିଟିଭ ଥିବା ସେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.