Home କୋରାପୁଟ ଦାମନଯୋଡି ପୁଲିସର ଦାଦାଗିରି ଅଭିଯୋଗ

ଦାମନଯୋଡି ପୁଲିସର ଦାଦାଗିରି ଅଭିଯୋଗ

98

କୋରାପୁଟ; ତା୨୯-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଦାମନଯୋଡି ପୁଲିସର ଦାଦାଗିରିରେ ଲୋକେ ଅତିଷ୍ଟ ହୋଇ ପଡୁଥିବା ଅଭିଯୋଗ ହୋଇଛି । ପୁଲିସ ଓ ଜନ ସାଧାରଣ ପରସ୍ପର ସୁସମ୍ପର୍କ ରଖିବାକୁ କୁହାଯାଉଛି କିନ୍ତୁ ଦାମନଯୋଡି ଥାନାରେ କାର୍ଯ୍ୟରତ ଜଣେ ସବ-ଇନସପେକ୍ଟର ଲୋକଙ୍କୁ କଥା କଥାକେ ମାଡ ମାରୁଥିବା ଏବେ ଚର୍ଚାର ବିଷୟ ହୋଇଛି । ଫଳରେ ଲୋକଙ୍କ ମଧ୍ୟରେ ପୁଲିସ ପ୍ରତି ନକାରାତ୍ମକ ଚିନ୍ତା ଧାରା ଦେଖିବାକୁ ମିଳୁଛି । ବୁଧବାର ସଂନ୍ଧ୍ୟାରେ ଦାମନଯୋଡି ପୁଲିସ ଦ୍ୱାରା ଯାନ ବାହାନ ଯାଂଚ ଚାଲିଥିଲା । ସେହି ସମୟରେ ମାଥାଲପୁଟର କାହ୍ନୁ କୁଳଦୀପ ନାମକ ଜଣେ ଯୁବକ କାର ଚଳାଇ ଯାଉଥିଲେ । ପୁଲିସ ତାଙ୍କୁ ଅଟକାଇ ସିଟ୍ ବେଲ୍ଟ ବାନ୍ଧି ନଥିବାରୁ ଜୋରିମାନା ଦେବାକୁ କହିଥିଲା । ତେବେ ଜୋରିମାନା ରାଶିକୁ ନେଇ କାହ୍ନୁ ଓ ପୁଲିସ ମଧ୍ୟରେ କଥା କଟାକଟି ହୋଇଥିବାବେଳେ ସବ-ଇନସପେକ୍ଟର ଦୁର୍ଗା ମାଧବ ବାଗ୍ କାର୍ ଚାଳକ କାହ୍ନୁ କୁଳଦୀପଙ୍କୁ ମାଡ ମାରିଥିଲେ । ଫଳରେ ଘଟଣା ସ୍ଥଳରେ ଅପ୍ରିତିକର ପରିସ୍ଥିତ ସୃଷ୍ଟି ହୋଇଥିବାବେଳେ ଲୋକେ ପୁଲିସ ବାବୁଙ୍କ କାର୍ଯ୍ୟକୁ ବିରୋଦ୍ଧ କରି ଥାନା ଘେରାଉ କରିଥିଲେ । ଘଟଣା ପ୍ରଚାର ହେବା ପରେ ପରେ ସଦର ବ୍ଲକ ଉପାଧ୍ୟକ୍ଷ ମୂରଲୀ ଖରା, ସରପଂଚ ଏଲ.ମାଝି, ସ୍ଥାନୀୟ ଅଂଚଳର ନେତା କୃଷ୍ନ କୁଳଦୀପ,ସୁଧାକର ବେନ୍ୟା,କିଶୋର ଚେଟ୍ଟୀ,ମିହିର କୁଳଦୀପ,ପ୍ରହରାଜ ବେନ୍ୟା,ଦୀପେନ୍ଦ୍ର ଖସ୍ଲା ପ୍ରମୁଖ ପହଂଚି ପୁଲିସ ବାବୁଙ୍କ କାର୍ଯ୍ୟ କଳାପକୁ ନିନ୍ଦା କରିବା ସହ ଥାନା ଘେରାଉରେ ସାମିଲ ହୋଇଥିଲେ । ସମ୍ପୃକ୍ତ ସବ-ଇନସପେକ୍ଟର ଆସିବା ଦିନରୁ ବିଭିନ୍ନ ସମୟରେ ବିନା କାରଣରେ ସାଧାରଣ ଲୋକଙ୍କୁ ମାଡ ମାରିବା, ଯାନ ବାହାନ ଯାଂଚ ଆଳରେ ଗାଡି ଚାଳକଙ୍କୁ ହଇରାଣ ହରକତ କରିବା ଓ ଜୋରିମାନା ନାଁରେ ଚାନ୍ଦା ଆଦାୟ କରିବା ଭଳି ଅଭିଯୋଗ ସ୍ଥାନୀୟ ଲୋକେ କରିଥିବାବେଳେ ତୂରନ୍ତ ତାଙ୍କୁ ବଦଳୀ କରିବାକୁ ଦାବି କରି ଅଡି ବସିଥିଲେ । ଗୁରୁବାର ପୂର୍ବାହ୍ନ୍ନରେ ସୁନାବେଡା ଏସଡିପିଓ ନିରଂଜନ ବେହେରା, ଥାନା ଅଧିକାରୀ ସହଦେବ ମହାପାତ୍ର.ସୁନାବେଡା ଥାନା ଅଧିକାରୀ ମମତା ପାଣିଗ୍ରାହି ଏବଂ ସେମିଲିଗୁଡା ଥାନା ଅଧିକାରୀ ସମ୍ବିତ ବେହେରା ପ୍ରମୁଖ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଓ ସମ୍ପୃକ୍ତ ସବ-ଇନସପେକ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସପିଙ୍କୁ ଜଣାଇ ଦେବାକୁ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.