Home ଅପରାଧ ସତର୍କ ରୁହନ୍ତୁ : ହାଇଜାକ୍ ହୋଇପାରେ ଆପଣଙ୍କ ହ୍ୱାଟସ୍ ଆପ୍ : ହାଇଜାକର କରୁଛନ୍ତି ବ୍ଲାକମେଲିଂ...

ସତର୍କ ରୁହନ୍ତୁ : ହାଇଜାକ୍ ହୋଇପାରେ ଆପଣଙ୍କ ହ୍ୱାଟସ୍ ଆପ୍ : ହାଇଜାକର କରୁଛନ୍ତି ବ୍ଲାକମେଲିଂ ଏବଂ ଅନ୍ତରଙ୍ଗ ଫଟୋ ସେୟାର

225

ନୂଆ ଦିଲ୍ଲୀ/ମୁମ୍ବାଇ ୨୪-୮ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ସାଇବର ସିକ୍ୟୁରିଟି ଏବଂ ସାଇବର କ୍ରାଇମ ଯାଞ୍ଚ କରୁଥିବା ନୋଡାଲ ଏଜେନ୍ସି ମହାରାଷ୍ଟ୍ର ସାଇବର, ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି। ଏଜେନ୍ସର କହିବା ଅନୁଯାୟୀ, ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ହାଇଜାକ୍ କରିବା ଏବଂ ପରେ ବ୍ଲାକମେଲିଂ ଏବଂ ଚୋରୀ ପାଇଁ ବ୍ୟବହାର କରାଉଛି ହାଇଜାକରେ ଶୀକାର ହୋଇଥିବା ପୀଡିତଙ୍କ ନମ୍ବର।

ତେଣୁ ସତର୍କ ରୁହନ୍ତୁ, ଏଥି ପାଇଁ ବୁଝି ନିଅନ୍ତୁ କିପରି ହେଉଛି ହ୍ୱାଟ୍ସଆପ୍ ହାଇଜାକ୍ କରିବାର ଚେନ ରିଆକ୍ସନ ଏବଂ କିପରି କରୁଛନ୍ତି ଆପଣଙ୍କ ନମ୍ବରରୁ ଆପଣଙ୍କ ବନ୍ଧୁଙ୍କୁ ଅନ୍ତରଙ୍ଗ ଫଟୋ ସେୟାର ଏବଂ ବ୍ଲାକମେଲିଂ ଇତ୍ୟାଦି।

ଏ ସମସ୍ତ ପ୍ରୋସେସ୍ ପାଇଁ ସାଇବର ଅପରାଧିକୁ ପ୍ରଥମେ ଜଣେ ବ୍ୟକ୍ତିଙ୍କ ହ୍ୱାଟସ୍ ଆପ୍ ଆକାଉଣ୍ଟରେ ପ୍ରଥମେ କୌଣସି ପ୍ରକାରରେ ପ୍ରବେଶ କରିବାକୁ ପଡ଼େ। ବିଭିନ୍ନ ମାଧ୍ୟମରେ ଜଣେ ସରଳ ବିଶ୍ୱାସୀ କିମ୍ବା ସାଧାରଣ ବ୍ୟକ୍ତିଙ୍କୁ ପଟାଇ ଏହି ସାଇବର ଅପରାଧି ପ୍ରଥମେ ଉକ୍ତ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କର ଆକାଉଣ୍ଟରେ ପ୍ରବେଶ କରେ। ଏହା ପରେ ଆରମ୍ଭ ହୁଏ ଚେନ ରିଆକ୍ସନ କିମ୍ବା ବ୍ଲାକମେଲିଂ।

ମହାରାଷ୍ଟ୍ର ସାଇବର କହିଛିଯେ, “ଅନେକ ଏହିପରି ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ହ୍ୟାକର ହ୍ୱାଟସ୍ ଆପ୍ ଗ୍ରୁପ୍‌ରେ ନଗ୍ନ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ପୀଡିତା କିମ୍ବା ପୀଡ଼ିତ ଜଣେ ସଦସ୍ୟ ଅଛନ୍ତି।”

ଏପରିକି ଦୁର୍ବୃତ୍ତମାନେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ମାଗିବା ପାଇଁ ହାଇଜାକ ହୋଇଥିବା ହ୍ୱାଟ୍ସଆପ୍‌କୁ ବ୍ୟବହାର କରନ୍ତି। ଯେପରିକି ନିଜେ ପୀଡ଼ିତ/ପୀଡ଼ିତା ସେହି ବନ୍ଧୁଙ୍କୁ ଅସମୟରେ ଟଙ୍କା ମାଗୁଥିବାର ଜଣାପଡ଼ିବ ଏବଂ କେତେକ କ୍ଷେତ୍ରରେ ଏହାର ଫାଇଦଗା ମଧ୍ୟ ହାଇଜାକର ଉଠାଉଛନ୍ତି।

ଏ ନେଇ, ମହାରାଷ୍ଟ୍ର ସାଇବର ବ୍ୟବହାରକାରୀଙ୍କୁ ହ୍ୱାଟସ୍ ଆପ୍ ହ୍ୟାକରର ମୋଡସ୍ ଅପରେଣ୍ଡି ବିଷୟରେ ସଚେତନ କରୁଛି

କିପରି ହୋଇଥାଏ ଏହି ଅପରାଧ ଜାଣନ୍ତୁ –

ଯେତେବେଳେ ହ୍ୱାଟସ୍ ଆପ୍ ବ୍ୟବହାରକାରୀ ସେମାନଙ୍କ ଫୋନ୍ ପରିବର୍ତ୍ତନ କରନ୍ତି, ତାଙ୍କୁ ଯାଞ୍ଚ କରିବାକୁ ପଡ଼େଯେ, ନୂତନ ଡିଭାଇସ୍ ତାଙ୍କ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଛି। ଏହା ହ୍ୱାଟସ୍ ଆପ୍ ଯାଞ୍ଚ କୋଡ୍ ମାଧ୍ୟମରେ କରାଯାଇଥାଏ। ହ୍ୟାକର ବ୍ୟବହାରକାରୀଙ୍କ ମୋବାଇଲ୍ ନମ୍ବର ଜାଣିଥାଏ ଏବଂ ଏହା ପରେ ଏହି ପୁରା ସିରିଜ୍ ଆକ୍ରମଣ ଜଣେ ବ୍ୟକ୍ତି ମନେକରାଯାଉ (ଶ୍ରୀ ପି) ଠାରୁ ରୁ ଆରମ୍ଭ ହୁଏ। ଯଦି ଶ୍ରୀ ପି ତାଙ୍କର ହ୍ୱାଟସ୍ ଆପ୍ ଯାଞ୍ଚ କୋଡ୍ ଉକ୍ତ ଠକ ସହିତ ସେୟାର କରିଦିଅନ୍ତି, ତେବେ ସେ ହ୍ୟାକରକୁ ତାଙ୍କ ଆକାଉଣ୍ଟକୁ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି।

ଥରେ ଶ୍ରୀ P ଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଗଲେ, ହ୍ୟାକର୍ ତାଙ୍କର ସମସ୍ତରେ ଥିବା ସମ୍ପର୍କୀୟ ବନ୍ଧୁ ତଥା ଗୋଷ୍ଠୀଙ୍କ ସମ୍ପର୍କରେ ପ୍ରବେଶ କରିଥାଏ। ଏହା ପରେ ଏକ ଶୃଙ୍ଖଳା ପ୍ରତିକ୍ରିୟା (ଚେନ ରିଆକ୍ସନ) ଆରମ୍ଭ ହୁଏ। ଶ୍ରୀ ପିଙ୍କ ବନ୍ଧୁ ତାଲିକାରୁ, ମନେ କରାଯାଉ ଶ୍ରୀ କେ ଙ୍କୁ ସବୁଠାରୁ ଅଧିକ ଯୋଗାଯୋଗ କରାଯାଉଥିଲା ତେବେ ଠକମାନେ ଏହା ଜାଣିପାରି, ଶ୍ରୀ ପିଙ୍କ ନାମକୁ ବ୍ୟବହାର କରି ଶ୍ରୀ କେ’ ଙ୍କର ବିଶ୍ୱାସର ପାତ୍ର ହୁଅନ୍ତି, ଏବଂ କହିଥାନ୍ତିଯେ, ତାଙ୍କର ହ୍ୱାଟସ୍ ଆପ୍ ଯାଞ୍ଚ କୋଡ୍ ତାଙ୍କ ପାଖରେ ପହଞ୍ଚୁନାହିଁ, ତେଣୁ ସେ ଶ୍ରୀ କେ ଙ୍କ ଫୋନକୁ କୋଡ୍ ପଠାଇଛନ୍ତି। ଶ୍ରୀ କେ, ଏହାକୁ ବିଶ୍ୱାସ କରି ନିଜର ଯାଞ୍ଚ କୋଡ୍ ବୋଲି ଜାଣି ନ ପାରି ଫାଶରେ ପଡ଼ଯାଆନ୍ତି। ଏହା ପରେ, ଯେହେତୁ ସେ କୋଡ୍ ସେୟାର କରନ୍ତି, ହ୍ୟାକର୍ ମଧ୍ୟ ତାଙ୍କ ଆକାଉଣ୍ଟକୁ ଅପହରଣ କରେ।

ଏହା ପରେ ପରେ ସାଇବର ବଦମାଶ୍ ତାଙ୍କ ସମ୍ପର୍କ କିମ୍ବା ଗୋଷ୍ଠୀକୁ ଅଶ୍ଳୀଳ ଚିତ୍ର ପଠାଇବାକୁ ଧମକ ଦେଇ ତାଙ୍କୁ ବ୍ଲାକମେଲ କରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.