Home କେନ୍ଦୁଝର ଅସ୍ଥାୟୀ ଚିକିତ୍ସାକେନ୍ଦ୍ରକୁ ଆସୁନାହାନ୍ତି କରୋନା ଆକ୍ରାନ୍ତ

ଅସ୍ଥାୟୀ ଚିକିତ୍ସାକେନ୍ଦ୍ରକୁ ଆସୁନାହାନ୍ତି କରୋନା ଆକ୍ରାନ୍ତ

178

ହାଟଡିହି -୨୪ । ୮ :(ଓଡିଆପୁଅ/ ବିକାଶ ବିଶ୍ୱାଳ) କରୋନା ପଜେଟିଭି ଆକ୍ରାନ୍ତଙ୍କୁ ସଂଗରୋଧ କେନ୍ଦ୍ରକୁ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି । ଗତକମାଲି ଠାରୁ ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ମୟୁରା ଓ ଭଅଁରା ଗ୍ରାମରେ ୧୮ଜଣ ପଜେଟିଭ ଚିହ୍ନଟ ହୋଇଥିଲେବି ସେମାନେ କିନ୍ତୁ ସେମାନେ ସଂଗରୋଧ କେନ୍ଦ୍ରକୁ ଆସିବାକୁ ନାରାଜ । ଗତକାଲି ମୟୁରା ଗ୍ରାମରେ ୧୬ଜଣ ଓ ଭଅଁରା ଗ୍ରାମରେ ୨ଜଣ ଏପରି ମୋଟ ୧୮ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୋଭିଡ- ଅସ୍ଥାୟୀ ଚିକିତ୍ସକେନ୍ଦ୍ରକୁ ଅଣାଯିବାକୁ ତତ୍ପରତା ପ୍ରକାଶ ପାଇଥିଲା । ସେମାନଙ୍କୁ କେନ୍ଦୁଝର ନିଆନଯାଇ ସେହି ପଞ୍ଚାୟତର ରାଇଘାଟି ଆଦିବାସୀ ବିଦ୍ୟାଳୟରେ ଖୋଲାଯାଇôତବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖାଯିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଆକ୍ରାନ୍ତମାନେ ସଂଗରୋଧ କେନ୍ଦ୍ରକୁ ଆସିବାକୁ ନାରାଜ ହୋଇଥିଲେ । ବହୁ ବୁଝାସୁଝା ପରେ ଗତକାଲି ୮ଜଣ ଆସିଥିବା ବେଳେ ଆଉ ଅନ୍ୟମାନେ କେନ୍ଦ୍ରକୁ ଆସିନଥିଲେ । ଫଳରେ ଆଜି ବିଡିଓ ଜୟଦେବ ଦାସ, ଥାନା ଅଧିକାରୀ ଗଗନ ନାୟକ, ପିଇଓ ଜିତେନ୍ଦ୍ର କୁମାର ଜେନା ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉକ୍ତ ଗ୍ରାମକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରି ସଂଗରୋଧ କେନ୍ଦ୍ରକୁ ଆଣିବାକୁ ଚେଷ୍ଟା କରିବାପରେ ଆଉ ୬ଜଣ ସଂଗରୋଧ କେନ୍ଦ୍ରକୁ ଆସିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏକ ଟିମ ଗଠନ କରାଯାଇ ଥିବାବେଳେ ବ୍ଲକ ପକ୍ଷରୁ ସେମାନଙ୍କ ଖାଇବା ପିଇବାର ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟ ୪ଜଣଙ୍କୁ ଅଣାଯିବାକୁ ପ୍ରୟାସ ଜାରି ରହିଛି ବୋଲି ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.