Home କେନ୍ଦୁଝର ୬ମାସ ହେଲା ଖୋଲୁନି ମନ୍ଦିର, ସରକାରୀ ସହାୟତା ଦାବି

୬ମାସ ହେଲା ଖୋଲୁନି ମନ୍ଦିର, ସରକାରୀ ସହାୟତା ଦାବି

98

ହାଟଡିହି -୨୪ । ୮ :(ଓଡିଆପୁଅ/ ବିକାଶ ବିଶ୍ୱାଳ) ଲକଡାଉନ ଅବଧି ବଢ଼ି ବଢ଼ି ଚାଲିଥିବାବେଳେ ସରକାର ମନ୍ଦିର ଓ ଧାର୍ମିକ ପୀଠସ୍ଥଳୀ ଗୁଡିକ ଉପରେ କଟକଣା ବଳବତ୍ତର କରିଥିବାରୁ ଦୀର୍ଘ ୬ମାସ ହେଲା ମନ୍ଦିର ଗୁଡିକ ବନ୍ଦ ହେଲାଣି । ଫଳରେ ମନ୍ଦିର ଉପରେ ନିର୍ଭର କରୁଥିବା ପରିବାର ଗୁଡିକ ନାନା ଦୁଖଃ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ସରକାର ସମସ୍ତଙ୍କ ସମସ୍ୟା ଗୁଡିକୁ ଉପଲବ୍ଧି କରି ସହାୟତା ଯୋଗାଇ ଦେଉଥିବାବେଳେ ଏମାନଙ୍କ ଦୂଖଃ ଦୁର୍ଦ୍ଦଶା କଥା ଭୁଲି ଯାଇଛନ୍ତି । ଫଳରେ ଛୋଟ ଛୋଟ ମନ୍ଦିରର ପୂଜକମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି । ଏପରି ଅବସ୍ଥା ଦେଖିବାକୁ ମିଳିଛି ଆନନ୍ଦପୁର ୁପଖଣ୍ଡର ବିଭିନ୍ନ ମନ୍ଦିର ଓ ଧାର୍ମିକ ପୀଠସ୍ଥଳୀ ଗୁଡିକରେ । ହାଟଡିହି ବ୍ଲକ ଛେନାପଦିଛକରେ ଥିବା ମା ବିଶ୍ୱତାରିଣୀ ମନ୍ଦିର, ବାବା ବିଶେଶ୍ୱର ମହାଦେବ ମନ୍ଦିର, ଶନିଶ୍ଚର ମନ୍ଦିରର ପୂଜକଙ୍କ କଥା କହିଲେ ନସରେ । ଏଠାରେ ୬ଜଣ ପୂଜକ ପୂଜାର୍ଚ୍ଚନା କରୁଥିବାବେଳେ ଅନେକ ଲୋକ ଏହି ମନ୍ଦିର ଉପରେ ନିର୍ଭର କରି ସେମାନଙ୍କ ବ୍ୟବସାୟ ମଧ୍ୟ ଚଳାଉଥିଲେ । ୬ଜଣ ଯାକ ପୂଜକଙ୍କ ଅନ୍ୟକୌଣସି ରୋଜଗାରର ପନ୍ଥା ନଥିବାବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦିଆଯାଉଥିବା ସ୍ୱଳ୍ପ ଦରମା ଓ ଶ୍ରଦ୍ଧାଳୁଙ୍କ ଭେଟି ଓ ଦକ୍ଷିଣାରେ ଯାହା ମିଳେ ସେଥିରେ ସେମାନଙ୍କ ପରିବାରକୁ ଚଳାଇଥାନ୍ତି । ମାତ୍ର ମାର୍ଚ୍ଚ ୨୫ତାରିଖରୁ ସରକାର ସମସ୍ତ ମନ୍ଦିର ଗୁଡିକ ବନ୍ଦ କରିଦେବାପରେ ଏମାନଙ୍କ ଅବସ୍ଥା କହିଲେ ନସରେ । ମନ୍ଦିର ବନ୍ଦ ଥିବାରୁ କୌଣସି ଭକ୍ତ ଆସୁନାହାନ୍ତି । ମନ୍ଦିରରେ ବିବାହ, ବ୍ରତ ଓ ମନ୍ଦିରର ଉତ୍ସବ ଗୁଡିକ ବନ୍ଦ ହୋଇଯାଇଥିବାବେଳେ କେବଳ ରୀତିନୀତି ଓ ପୂଜାର୍ଚ୍ଚନା ହେଉଛି । ପୂଜକମାନେ ନିୟମିତ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରୁଛନ୍ତି । ମନ୍ଦିରର ଆୟ ବନ୍ଦ ହୋଇଯାଇଥିବାରୁ କମିଟି ପକ୍ଷରୁ ସେମାନଙ୍କୁ ମଧ୍ୟ ଠିକ ସମୟରେ ଦରମା ଦିଆଯାଇ ପାରୁନାହିଁ । ରୋଜଗାର ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ନାନା ଦୁଃଖକଷ୍ଟରେ ସେମାନଙ୍କ ପରିବାର ଚଳୁଛନ୍ତି । ଖାଲି ଏହି ମନ୍ଦିର ନୁହଁ ବ୍ଲକରେ ଥିବା ଗଡଚଣ୍ଡୀ ମନ୍ଦିର, ହାବଳେଶ୍ୱର ମନ୍ଦିର ସମେତ ଉପଖଣ୍ଡରେ ଥିବା ସମସ୍ତ ମନ୍ଦିର ଗୁଡିକରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଜିଲା ପ୍ରଶାସନ ଯେ କୌଣସି ଉପାୟରେ ଏହି ମନ୍ଦିର ପୂଜକ ମାନଙ୍କୁ ଆରô୍ଥକ ସହାୟତା ପ୍ରଦାନ କଲେ ସେମାନଙ୍କ ପରିବାରର ଦୁଃଖ ଦୁର ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.