Home Top News AMUରେ ୨୦ ଦିନରେ ୧୯ ପ୍ରଫେସରଙ୍କ ମୃତ୍ୟୁ – ଟେଷ୍ଟ କରିବାକୁ ଦିଲ୍ଲୀକୁ ପଠାଯାଉଛି ସାମ୍ପଲ

AMUରେ ୨୦ ଦିନରେ ୧୯ ପ୍ରଫେସରଙ୍କ ମୃତ୍ୟୁ – ଟେଷ୍ଟ କରିବାକୁ ଦିଲ୍ଲୀକୁ ପଠାଯାଉଛି ସାମ୍ପଲ

106

ଆଲିଗଡ଼/ନୂଆ ଦିଲ୍ଲୀ ୧୦ ମଇ (ଓଡ଼ିଆ ପୁଅ) ଗତ ୨୦ ଦିନ ମଧ୍ୟରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ୧୯ ପ୍ରଫେସରଙ୍କ ମୃତ୍ୟୁ କାରଣରୁ ଭୟରେ ସମଗ୍ର ବିଶ୍ୱବିଦ୍ୟାଳୟ ପ୍ରଶାସନ। ଆଲିଗଡରେ ଏକ ନୂତନ ପ୍ରକାରର କରୋନା ବିକଶିତ ହୋଇଛି ବୋଲି ଏଏମୟୁ କୁଳପତି ପ୍ରଫେସର ତାରିକ ମଂସୁର ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ ଏ ସମ୍ପର୍କରେ ଆଇସିଏମଆରକୁ ଏକ ଚିଠି ପଠାଇ କୋଭିଡ -୧୯ ନମୁନାଗୁଡ଼ିକର ଜିନୋମ ସ୍କ୍ରିନିଂ ପାଇଁ ଅନୁରୋଧ କରିଛନ୍ତି।

AMU VC, ICMR ର ମହାନିର୍ଦ୍ଦେଶକ ପ୍ରଫେସର ବଳରାମ ଭାଗର୍ଭାଙ୍କୁ ଏକ ଚିଠି ପଠାଇଛନ୍ତି। ସେ ତାଙ୍କର ଚିଠିରେ ଉଲ୍ଲେଖ କରିଛନ୍ତିଯେ, ତାଙ୍କଦ୍ୱାରା ପଠାଯାଇଥିବା କୋଭିଡ -୧୯ର ନମୁନାକୁ ବିଶ୍ଳେଷଣ କରିବାକୁ ଆଇସିଏମଆର ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି। ଆଲିଗଡରେ ଏକ ନୂତନ ପ୍ରକାରର କୋଭିଡ -୧୯ ଜୀବାଣୁ ବିକଶିତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ସେ ଏହାର ବିଶ୍ଲେଷଣ କରିବାକୁ ଅନୁରୋଧ କରିଛନ୍ତି।

ଭିସି ଲେଖିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ପରିସର ତଥା ଏହାର ଆଖପାଖ ଅଞ୍ଚଳରେ ରହୁଥିବା ୧୬ ଜଣ ଏଏମୟୁ ଅଧ୍ୟାପକ ଏବଂ ଅନ୍ୟ ଅବସରପ୍ରାପ୍ତ ଅଧ୍ୟାପକ ଏବଂ କର୍ମଚାରୀ କୋଭିଡ -୧୯ ରେ ମୃତ୍ୟୁ ବରଣ କରିଛନ୍ତି। ବିଶ୍ୱାସ କରାଯାଉଛିଯେ, ବିଶ୍ୱବିଦ୍ୟାଳୟ ନିକଟରେ ଥିବା ସିଭିଲ୍ ଲାଇନ୍ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପ୍ରକାରର ଭୂତାଣୁ ବ୍ୟାପିଛି।

ଆଲିଗଡ ସହରର ସିଭିଲ ଲାଇନ୍ସରେ ମିଳିଥିବା ଭାଇରାଲ୍ ଜିନୋମ କ୍ରମ ପରିବର୍ତ୍ତନ ସନ୍ଦେହକୁ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ମେଡିକାଲ କଲେଜର ମାଇକ୍ରୋବିଓଲୋଜି ବିଭାଗର କୋଭିଡ ଲାବୋରେଟୋରୀ ଦ୍ୱାରା ସଂଗୃହିତ କୋଭିଡ ନମୁନାଗୁଡିକର ପରୀକ୍ଷଣ ପାଇଁ ସିଏସ୍ଆଇଆର୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି, ନୂଆଦିଲ୍ଲୀକୁ ପଠାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.