Home Top News କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋଦୀ ସରକାରଙ୍କୁ ଟାର୍ଗେଟ – ଜୁନ୍ ୨୩ ରେ ଦଳର ସଭାପତି...

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋଦୀ ସରକାରଙ୍କୁ ଟାର୍ଗେଟ – ଜୁନ୍ ୨୩ ରେ ଦଳର ସଭାପତି ନିର୍ବାଚନ

135

ନୂଆଦିଲ୍ଲୀ ୧୦ ମଇ (ଓଡ଼ିଆ ପୁଅ) ସୋମବାର ଦିନ ଦିଲ୍ଲୀରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦଳ ସଭାପତି ପଦବୀକୁ ନେଇ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମାସର ୨୩ ତାରିଖରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବ।

ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେଶରେ କରୋନା ସମକ୍ରମଣ ବିଷୟରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ଚାରିଟି ରାଜ୍ୟ ଏବଂ ଗୋଟିଏ ୟୁନିଅନ୍ ଟେରିଟୋରୀର ନିର୍ବାଚନୀ ଫଳାଫଳରେ କଂଗ୍ରେସର ପ୍ରଦର୍ଶନକୁ ନେଇ ମଧ୍ୟ ବିଚାର ବିମର୍ଷ କରାଯାଇଥିଲା ଏବଂ ପରବର୍ତ୍ତୀ ରଣନୀତି ସ୍ଥିର କରାଯାଇଥିଲା।

ମୋଦୀ ସରକାରଙ୍କ ଭୁଲ ପାଇଁ ଦେଶ ଭାରି ମୂଲ୍ୟ ଦେଉଛି

ସୋନିଆ ଗାନ୍ଧୀ ଏହି ବୈଠକରେ କହିଛନ୍ତି ଯେ, ଗତ ଚାରି ସପ୍ତାହ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣରେ ଅବସ୍ଥା ଅତ୍ୟନ୍ତ ଭୟଭୀତ ହୋଇପଡିଛି। ଏଥି ସହିତ ଶାସନର ବିଫଳତା ଆହୁରି କଷ୍ଟସାଧ୍ୟ ହୋଇପଡିଛି। ସୋନିଆ ଗାନ୍ଧୀ କହିଛନ୍ତି ଯେ, ବୈଜ୍ଞାନିକଙ୍କ ପରାମର୍ଶ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ ମୋଦୀ ସରକାରଙ୍କ ଭୁଲ ପାଇଁ ଏହି ଦେଶ ଭାରି ମୂଲ୍ୟ ଦେଉଛି।

ସୋନିଆ ଗାନ୍ଧୀ ବୈଠକରେ ଆହୁରି କହିଛନ୍ତି ଯେ ଆନ୍ତର୍ଜାତୀୟ ସମ୍ପ୍ରଦାୟ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ମୁଁ ସମସ୍ତ ଦେଶ ଓ ଅନୁଷ୍ଠାନକୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହା ବ୍ୟତୀତ ସୋନିଆ ଗାନ୍ଧୀ କହିଛନ୍ତି ଯେ ଯେତେବେଳେ ଆମେ ସମସ୍ତେ କୋଭିଡ -୧୯ କୁ ନେଇ ବ୍ୟସ୍ତ, ସେତେବେଳେ ନିର୍ବାଚନ ଫଳାଫଳ ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଛି।

ନିର୍ବାଚନ ଫଳାଫଳକୁ ନେଇ ନିରାଶା ପ୍ରକାଶ କରିବା ଯଥେଷ୍ଟ ନୁହେଁ

ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ ଯଦି ଆମେ କହିବୁ ଯେ ନିର୍ବାଚନ ଫଳାଫଳକୁ ନେଇ ଆମେ ଅତ୍ୟନ୍ତ ନିରାଶ, ତେବେ ତାହା ଯଥେଷ୍ଟ ହେବ ନାହିଁ। ନିର୍ବାଚନ ଫଳାଫଳ ଉପରେ ମନ୍ଥନ କରିବା ପାଇଁ ମୁଁ ଏକ ଛୋଟ ଗୋଷ୍ଠୀ ଗଠନ କରିବାକୁ ପ୍ରସ୍ତାବ ଦେଉଛି ଏବଂ ଆଶା କରୁଛି ଶୀଘ୍ର ଆମେ ଏକ ରିପୋର୍ଟ ସହିତ ପୁନର୍ବାର ସାକ୍ଷାତ କରିବୁ।

ଯଦି ଆମେ ବାସ୍ତବତା ଦେଖୁନାହଁ, ତେବେ କିପରି ଏକ ଶିକ୍ଷା ଗ୍ରହଣ କରିବା

ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ, ଆମେ ସ୍ପଷ୍ଟ ଭାବରେ ବୁଝିବା ଆବଶ୍ୟକ ଯେ ଆମେ କେରଳ ଏବଂ ଆସାମରେ କାହିଁକି ହାରିଗଲୁ ଏବଂ ପଶ୍ଚିମବଙ୍ଗରେ ଗୋଟିଏ ବି ଆସନ ପାଇଲୁ ନାହିଁ। ସୋନିଆ ଗାନ୍ଧୀ କହିଛନ୍ତି ଯେ ଯଦି ଆମେ ବାସ୍ତବତା ଦେଖୁନାହୁଁ ତେବେ ଭବିଷ୍ୟତ ପାଇଁ ଆମେ କିପରି ଶିକ୍ଷା ଗ୍ରହଣ କରିବୁ। ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ ଯେତେବେଳେ ଆମେ ଜାନୁଆରୀ ୨୨ ରେ ଭେଟିଥିଲୁ, ଆମେ ସ୍ଥିର କରିଥିଲୁ ଯେ ଜୁନ୍ ଶେଷ ସୁଦ୍ଧା କଂଗ୍ରେସ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.