Home ଓଡ଼ିଶା ପାଣ୍ଡିଆନ ହିରୋ ନାଁ ଭିଲିୟାନ୍: ଆପଣ କ’ଣ ଭାବୁଛନ୍ତି ?

ପାଣ୍ଡିଆନ ହିରୋ ନାଁ ଭିଲିୟାନ୍: ଆପଣ କ’ଣ ଭାବୁଛନ୍ତି ?

1462

ଶୁଣାଯାଏ, ଥରେ ନରେନ୍ଦ୍ର ମୋଦୀ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ବିଜେପି ନେତାଙ୍କୁ ପ୍ରଶ୍ନ କରିଥିଲେ, ଯେ ଏପରି କେମିତି ହେଉଛି ଜଣେ ପ୍ରଶାସନିକ ଅଧିକାରୀ ଏତେ କ୍ଷମତାର ଅଧିକାର ପ୍ରାପ୍ତ କରିଛି?

ଭୁବନେଶ୍ୱର: ବିରୋଧୀ ଯେତେ ଚିତ୍କାର କରୁ, କିନ୍ତୁ ଓଡ଼ିଶା ଲୋକ ନବୀନ ପଟ୍ଟନାୟକଙ୍କୁ ହିରୋ କରି ସାରିଛନ୍ତି।ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ହୋଇ ସେ ଓଡ଼ିଶାର ନଂ- ୧ ନେତା ହୋଇ ସାରିଛନ୍ତି।ତାଙ୍କ ସମକକ୍ଷ ନେତା ଓଡ଼ିଶାରେ ନାଁ କେହି ଥିଲେ ନାଁ, ଏବେ କେହି ଅଛନ୍ତି।କେବଳ ଯେ ଓଡ଼ିଶା ଭିତରେ ନୁହେଁ, ଦେଶରେ ମଧ୍ୟ ସେ ଟପ୍ ମୁଖ୍ୟମନ୍ତ୍ରୀଙ୍କ ଲିଷ୍ଟ ଭିତରେ ରହି ଆସୁଛନ୍ତି।ରାଜ୍ୟର ବିକାଶ ପାଇଁ ଭଲ ଭଲ ଯୋଜନା କରିବା ଯୋଗୁଁ ତ’ ରାଜ୍ୟବାସୀ ତାଙ୍କୁ ସମର୍ଥନ ଦେଇ ଆସୁଛନ୍ତି?ଏ’ ଭିତରେ ଏବେ ଶାସନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ପାରଦର୍ଶୀ କରିବା ପାଇଁ “୫- ଟି” ଲାଗୁ କରିଛନ୍ତି ରାଜ୍ୟ ସରକାର।ସାହାସିକତାର ସହ ଓଡ଼ିଶାର ହୃଦୟ ଜଗନ୍ନାଥଙ୍କ ବଡ଼ଦାଣ୍ଡରେ ହାତ ମାରି ତା’ର ସୌନ୍ଦର୍ଯ୍ୟୀକରଣର ଦାୟିତ୍ୱ ନେଇଛନ୍ତି।ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିବାରେ ଦେଶରେ ଓଡ଼ିଶା ସରକାର ନଂ- ୧ରେ ଅଛନ୍ତି।ଓଡ଼ିଶାର ସହଯୋଗ ଅନ୍ୟ ରାଜ୍ୟ ନେଉଛନ୍ତି।କେବଳ ଦେଶ ଭିତରେ ନୁହଁ, ଅନ୍ତରାଷ୍ଟ୍ରୀୟ ସ୍ତରରେ ଓଡ଼ିଶା ସରକାରଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଖୁବ୍ ପ୍ରଶଂସା କରାଯାଉଛି।କୃଷି ମନ୍ତ୍ରାଳୟ ଜାତୀୟ ସ୍ତରରେ ପୁରସ୍କାର ପାଇବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟକୁ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ମାନେ ଓଡ଼ିଶା ଆସି ବାରମ୍ବାର ପ୍ରଶଂସା କରୁଛନ୍ତି।କେନ୍ଦ୍ରରୁ ମଧ୍ୟ ଭଲ ଅନୁଦାନ ଆଣି ପାରୁଛନ୍ତି ରାଜ୍ୟ ସରକାର।ଫନି ପାଇଁ ହେଉ ଅବା ରେଳ କ୍ଷେତ୍ରରେ ବିକାଶ ପାଇଁ ହେଉ ଭଲ ପରିମାଣର ଅନୁଦାନ ଆଣି ପାରୁଛନ୍ତି ରାଜ୍ୟ ସରକାର।ଆଉ ଏବେ ଓଡ଼ିଶା ତ’ ଅନୁଦାନ ପାଇବାରେ ଦେଶରେ ଓଡ଼ିଶା ସର୍ବାଗ୍ରେ ରହିଛି।

ଏ’ ସବୁର ଶ୍ରେୟ କାହାର?
ତେବେ, ଏ’ ସବୁର ଶ୍ରେୟ କାହାର?ନବୀନ ପଟ୍ଟନାୟକଙ୍କ ସରକାର ଏ’ ସବୁ କରିଛନ୍ତି।ନିଶ୍ଚିତ ଶ୍ରେୟ ନବୀନ ପଟ୍ଟନାୟକଙ୍କର।କିନ୍ତୁ ବିରୋଧୀଙ୍କ କହିବା ଅନୁଯାୟୀ, ନବୀନ ଓଡ଼ିଆ ଜାଣନ୍ତିନି, ନବୀନ କିଛି ବୁଝୁ ନାହାଁନ୍ତି, ନବୀନ ସରକାରଙ୍କୁ ତୃତୀୟ ମହଲା ଚଲାଉଛି, ସବୁ ନିଷ୍ପତି ସେହି ତୃତୀୟ ମହଲାରେ ହେଉଛି, ମନ୍ତ୍ରୀ, ଏମଏଲଏଙ୍କର କିଛି ନାହିଁ, ସବୁ ବ୍ୟୁରୋକ୍ରାଟ୍ ମାନେ ବୁଝୁଛନ୍ତି, ତୃତୀୟ ମହଲା ଇଙ୍ଗିତରେ ରାଜ୍ୟ ଶାସନକୁ ବ୍ୟୁରୋକ୍ରାଟ୍ ମାନେ ଚଲାଉଛନ୍ତି, ତୃତୀୟ ମହଲା ଇଙ୍ଗିତରେ ମନ୍ତ୍ରୀମାନେ କାମ କରୁଛନ୍ତି।ସେହି ତୃତୀୟ ମହଲା ତାମିଲ୍ ଶାସନରେ ପରିଚାଳିତ ହେଉଛି।ଆଉ, ସେହି ତାମିଲ୍ ହେଲେ ପାଣ୍ଡିଆନ।ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ।ନବୀନ ପଟ୍ଟନାୟକଙ୍କର ସବୁଠାରୁ ବିଶ୍ୱସ୍ତ।କିନ୍ତୁ, ପାଣ୍ଡିଆନଙ୍କୁ ଖଳ ନାୟକ କରି ଥୋଇ ଦେଇଛନ୍ତି ବିରୋଧୀ।ତାଙ୍କ ଘର ଉପରେ ଗୋବର ମାଡ଼ କରୁଛନ୍ତି।ବିଧାନସଭାରେ, ଦାଣ୍ଡରେ, ଘାଟରେ, ସଭାରେ, ଟିଭିରେ ଖାଲି ପାଣ୍ଡିଆନ ପାଣ୍ଡିଆନ ଚିତ୍କାର କରୁଛନ୍ତି ବିରୋଧୀ।ଏବଂ ଏପରି କରି ସାଧାରଣ ଲୋକଙ୍କ ଭିତରେ ପାଣ୍ଡିଆନଙ୍କୁ ଏକ ଚେହେରା କରାଇ ଦେଇଛନ୍ତି ଏହି ବିରୋଧୀ।ତେବେ, ଯଦି ନବୀନ କିଛି ବୁଝୁ ନାହାଁନ୍ତି, ଆଉ ସବୁ କିଛି ପାଣ୍ଡିଆନ୍ କରୁଛନ୍ତି, ତେବେ ନବୀନ ସରକାରଙ୍କର ଉପରୋକ୍ତ ସବୁ ଶ୍ରେୟ ପାଣ୍ଡିଆନଙ୍କ ଉପରେ ମଧ୍ୟ ଯିବ!ତେବେ, ପାଣ୍ଡିଆନ ହିରୋ, ନାଁ ଭିଲିୟାନ୍?

ନବୀନଙ୍କ ଛାଇ ପରି ରହିଥାଆନ୍ତି:
ତାମିଲନାଡୁରେ ଏକ ସାଧାରଣ ପରିବାରରେ ଜନ୍ମିତ ୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି. କାର୍ତ୍ତିକେୟ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଭାବରେ ଦାୟିତ୍ୱ ତୁଲାଇବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ।ଏହା ସହ ଏବେ କାର୍ଯ୍ୟକାରୀ କରାଯାଇଥିବା “୫-ଟି” ଯୋଜନାର ସେ ସଚିବ।ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ଆଖି ଏବଂ କାନ କୁହାଯାଏ।ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାଣ୍ଡିଆନଙ୍କ ଉପସ୍ଥିତି ଦେଖାଦିଏ।ନବୀନ ପଟ୍ଟନାୟକଙ୍କ ଛାଇ ପରି ରହି ଥାଆନ୍ତି ସେ।ଖୁବ୍ ସକାଳୁ ଉଠି ଯାଆନ୍ତି ପାଣ୍ଡିଆନ।ତୁରନ୍ତ ନିତ୍ୟକର୍ମ ସାରି ନିଜକୁ ହଜାଇ ଦିଅନ୍ତି ମୁଖ୍ୟମନ୍ତ୍ରୀଙ୍କର (ଦିନଚର୍ଯ୍ୟା) ଦିନର ଯୋଜନା ଏବଂ କାର୍ଯ୍ୟକ୍ରମ ଉପରେ।କୁହାଯାଏ, ନବୀନ ପଟ୍ଟନାୟକ କାହାକୁ ଦେଖା କରିବେ କାହାକୁ ନାହିଁ ସବୁ ସ୍ଥିର କରନ୍ତି ପାଣ୍ଡିଆନ।ରାଜ୍ୟ ସରକାରଙ୍କ ପ୍ରତ୍ୟେକ ନିଷ୍ପତି ଭିତରେ ଥାଆନ୍ତି ସେ।ନବୀନ ପଟ୍ଟନାୟକ/ ରାଜ୍ୟ ସରକାରଙ୍କର ଯୋଜନା ଗୁଡ଼ିକ ସଠିକ ଭାବରେ କାର୍ଯ୍ୟକାରୀ କରିବା ପାଇଁ କୁଶଳ ଢଙ୍ଗରେ ସଞ୍ଚାଳନ କରନ୍ତି ପାଣ୍ଡିଆନ।ଆଲୋଚନା ହୁଏ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମାନେ ପାଣ୍ଡିଆନଙ୍କୁ ସାକ୍ଷାତ କରିବାକୁ ତାଙ୍କ ଅଫିସ ସାମ୍ନାରେ ଲାଇନ ଲଗାନ୍ତି।ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏପରିକି ପାଣ୍ଡିଆନଙ୍କ ଠାରୁ ବରିଷ୍ଠ ଅଧିକାରୀ ମଧ୍ୟ ତାଙ୍କୁ ସମ୍ମାନ କରନ୍ତି।ଶୁଣାଯାଏ, ଥରେ ନରେନ୍ଦ୍ର ମୋଦୀ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ବିଜେପି ନେତାଙ୍କୁ ପ୍ରଶ୍ନ କରିଥିଲେ, ଯେ ଏପରି କେମିତି ହେଉଛି ଜଣେ ପ୍ରଶାସନିକ ଅଧିକାରୀ ଏତେ କ୍ଷମତାର ଅଧିକାର ପ୍ରାପ୍ତ କରିଛି?

ପାଣ୍ଡିଆନଙ୍କ ଭୁଲ କେଉଁଠି?
ପ୍ରଶାସନିକ ସେବା ପାଇଁ ଜାତୀୟ ସ୍ତରରେ ପରୀକ୍ଷା ହୋଇଥାଏ।ଏଥିରେ ଉତ୍ତୀର୍ଣ୍ଣ ହେବା ପରେ କିଏ କେଉଁ ରାଜ୍ୟରେ କୌଣସି ବି ଦାୟିତ୍ୱ ପାଇପାରେ।ଏଥିରେ ପାଣ୍ଡିଆନ ଓଡ଼ିଶାରେ ପ୍ରଶାସନିକ ପଦବୀରେ ରହିବାରେ ତାଙ୍କର ଭୁଲ ରହିଲା କେଉଁଠି? ବରଂ ଓଡ଼ିଶାର ଯେଉଁ ସାଢ଼େ ୪ କୋଟି ଲୋକ ତାଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରଷା ରଖି ତାଙ୍କୁ ବାରମ୍ବାର ଶାସନ କ୍ଷମତା ଦେଉଛନ୍ତି, ସେହି ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ଭରଷା କରିଛନ୍ତି।ତାଙ୍କୁ କ୍ଷମତା ଦେଇଛନ୍ତି।ପାଣ୍ଡିଆନ ମଧ୍ୟ ଚାଣକ୍ୟଙ୍କ ପରି ଖୁବ୍ କୁଶଳ ଢଙ୍ଗରେ ସବୁ ସଞ୍ଚାଳନ କରୁଛନ୍ତି।ବିଜେପିରେ ଅମିତ ଶାହାଙ୍କୁ, ପୂର୍ବରୁ ପ୍ୟାରୀ ମୋହନ ମହାପାତ୍ରଙ୍କୁ, ମୁଲାୟମ ସିଂହଙ୍କ କ୍ଷେତ୍ରରେ ଅମର ସିଂଙ୍କୁ, ପ୍ରଶାନ୍ତ କିଶୋରଙ୍କୁ ସବୁ ରାଜନୀତିର ଚାଣକ୍ୟ କୁହାଯାଏ।କିନ୍ତୁ, ଚାଣକ୍ୟ କେବେ ନିଜେ ପ୍ରତ୍ୟକ୍ଷ ରାଜନୀତି କରିନଥିଲେ।କିନ୍ତୁ, ଏମାନେ ସବୁ ପ୍ରତ୍ୟକ୍ଷ ରାଜନୀତି କରିଛନ୍ତି।ପାଣ୍ଡିଆନ୍ ତ’ ଏ’ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ରାଜନୀତି କରି ନାହାଁନ୍ତି।ବରଂ ବିରୋଧୀଙ୍କ ଭାଷାରେ ରାଜନୀତି କରାଉଛନ୍ତି।ତେବେ ସେ ତ’ ଚାଣକ୍ୟ।ତେଣୁ ଏ’ ସବୁକୁ ବିଚାର କରି ଭାବିବାର ଅଛି, ପାଣ୍ଡିଆନ୍ ହିରୋ ନାଁ ଭିଲିୟାନ୍ ??//-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.