Home ଓଡ଼ିଶା ଭାରତ ମାଟିରେ ରାଫେଲ ଯୁଦ୍ଧ ବିମାନ ଅବତରଣକୁ ‘ଗେମ୍‌ଚେଞ୍ଜର’ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

ଭାରତ ମାଟିରେ ରାଫେଲ ଯୁଦ୍ଧ ବିମାନ ଅବତରଣକୁ ‘ଗେମ୍‌ଚେଞ୍ଜର’ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

476

– ରାଫେଲ ପହଞ୍ଚିବା ଆମ ଶକ୍ତିଶାଳୀ ବାୟୁସେନା ପାଇଁ ଏକ ଐତିହାସିକ ଦିବସ ଏବଂ ଦେଶ ପାଇଁ ଗୌରବର ମୁହୂର୍ତ୍ତ : ଶ୍ରୀ ଶାହ
– ସ୍ୱରାଷ୍ଟ୍ରମନ୍ତ୍ରୀ କହିଲେ ଯେ ଏହି ନୂଆ ପିଢିର ଯୁଦ୍ଧ ବିମାନ ବାୟୁସେନାରେ ସାମିଲ ହେବା ଘଟଣା ଭାରତକୁ ଏକ ଶକ୍ତିଶାଳୀ ଓ ନିରାପଦ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପର ପ୍ରମାଣ
– ଶ୍ରୀ ଶାହ କହିଲେ ରାଫେଲ ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ବିମାନ ଯାହା ଆକାଶରେ ଯେକୌଣସି ଆହ୍ୱାନର ମୁକାବିଲା କରିବାକୁ ସକ୍ଷମ
– ଉଭୟ ଗତି ଓ ଆୟୁଧ ଦକ୍ଷତାରେ ରାଫେଲ ଯଥେଷ୍ଟ ଅଗ୍ରଣୀ : ଶ୍ରୀ ଶାହ

ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ଭାରତ ମାଟିରେ ଲଢୁଆ ଯୁଦ୍ଧ ବିମାନ ରାଫେଲର ଅବତରଣକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ‘ଗେମ୍‌ଚେଞ୍ଜର’ ଘଟଣା ବୋଲି କହିଛନ୍ତି। ରାଫେଲ ଜେଟ୍‌ପହଞ୍ଚିବା ଆମର ଶକ୍ତିଶାଳୀ ବାୟୁସେନା ପାଇଁ ଏକ ଐତିହାସିକ ଦିବସ ଓ ଭାରତ ପାଇଁ ଗର୍ବ ଓ ଗୌରବର କ୍ଷଣ ବୋଲି ଏକ ଟ୍ୱିଟ୍‌ବାର୍ତ୍ତାରେ ସେ କହିଛନ୍ତି। ଆଜି ହରିୟାଣାର ଅମ୍ବାଲା ବାୟୁସେନା ଘାଟିରେ ୫ଟି ରାଫେଲ ବିମାନ ଭାରତୀୟ ଜାତୀୟ ପତାକା ଉଡାଇ ଅବତରଣ କରିବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବାର୍ତ୍ତା ମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ସାରା ଦେଶ ପାଇଁ ଏହା ଏକ ସ୍ମରଣୀୟ ଦିବସ। ଭାରତକୁ ଏକ ସଶକ୍ତ ଓ ନିରାପଦ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପର ଏହା ପ୍ରମାଣ। ମୋଦୀ ସରକାର ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସଂକଳ୍ପବଦ୍ଧ।

ସେ କହିଛନ୍ତି ଯେ ଏହି ଅତ୍ୟାଧୁନିକ ଯୁଦ୍ଧବିମାନ ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ବିମାନ ମଧ୍ୟରେ ଅନ୍ୟତମ ଏବଂ ଆକାଶମାର୍ଗରେ ଯେକୌଣସି ଆହ୍ୱାନର ମୁକାବିଲା କରିବାକୁ ସକ୍ଷମ। ଉଭୟ ଗତି ଓ ଅସ୍ତ୍ର ବହନ ଦକ୍ଷତା ଆଦି ସବୁ କ୍ଷେତ୍ରରେ ରାଫେଲ ଜେଟ୍‌ବହୁ ଆଗରେ। ଏହି ବିଶ୍ୱ ଶ୍ରେଣୀୟ ଲଢୁଆ ଜେଟ୍‌ଖେଳ ବଦଳାଇବା (ଗେମ୍‌ଚେଞ୍ଜର)ରେ ସମର୍ଥ ହେବ ବୋଲି ମୁଁ ଦୃଢ ନିଶ୍ଚିତ। ଏହା ନିଜର କ୍ଷମତା ଓ ଶ୍ରେଷ୍ଠତା ବଳରେ ଆମର ବାୟୁଯୋଦ୍ଧାମାନଙ୍କୁ ସହାୟତା କରି ଆମ ଆକାଶକୁ ସୁରକ୍ଷିତ ରଖିପାରିବ।

ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଭାରତୀୟ ବାୟୁସେନା ଏବଂ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଇଛନ୍ତି। ବାୟୁସେନାକୁ ଏଭଳି ଅଭୂତପୂର୍ବ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଥିବାରୁ ଶ୍ରୀ ଶାହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.