Home Top News ଉମାକାନ୍ତ ପଟ୍ଟନାୟକ ବିଜେପି ଆଇଟି ସେଲ୍ ପ୍ରଭାରୀ ..

ଉମାକାନ୍ତ ପଟ୍ଟନାୟକ ବିଜେପି ଆଇଟି ସେଲ୍ ପ୍ରଭାରୀ ..

27

ଭୁବନେଶ୍ୱର: ଉମାକାନ୍ତ ପଟ୍ଟନାୟକ ହେଲେ ବିଜେପି ରାଜ୍ୟ ଆଇଟି ସେଲ୍ ପ୍ରଭାରୀ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ଆଜି ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଏହି ତାଲିକାରେ ୩୫ ଜଣଙ୍କ ନାମ ରହିଛି। ଜାରୀ ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବା ବେଳେ ସଙ୍ଗଠନ ସମ୍ପାଦକଙ୍କୁ ମିଶାଇ ୫ ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକଙ୍କ ସମେତ ୬ଟି ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଉମାକାନ୍ତ ପଟ୍ଟନାୟକଙ୍କ ନାମ ରାଜ୍ୟ ଆଇଟି ସେଲ୍ (ସୋସିଆଲ୍ ମିଡିଆ) ପ୍ରଭାରୀ ଭାବରେ ଘୋଷଣା କରାଯାଇଛି। ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହିତ ଜଡ଼ିତ ଉମାକାନ୍ତ ପଟ୍ଟନାୟକ ଏହା ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ବିଜେପି ପ୍ରବକ୍ତା ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.