Home ଜିଲ୍ଲା ପରିକ୍ରମା ଭଦ୍ରକ ବନ୍ୟାଞ୍ଚଳକୁ ରାଜସ୍ୱମନ୍ତ୍ରୀଙ୍କ ଗସ୍ତ, ମୁକାବିଲା ନେଇ ସରକାରୀ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳିଛି ଜିଲ୍ଲା...

ଭଦ୍ରକ ବନ୍ୟାଞ୍ଚଳକୁ ରାଜସ୍ୱମନ୍ତ୍ରୀଙ୍କ ଗସ୍ତ, ମୁକାବିଲା ନେଇ ସରକାରୀ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳିଛି ଜିଲ୍ଲା ପ୍ରଶାସନ

18

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ୍ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ସାମ୍ପ୍ରତିକ ବନ୍ୟା ପରିସ୍ଥିତି ପରଖିବା ସହିତ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ବନ୍ୟା ପରିଚାଳନା ସମୀକ୍ଷା ବୈଠକରେ ଯୋଗ ଦେଇ ବନ୍ୟା ଆସିବା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀକାଳରେ ଜିଲ୍ଲା ପ୍ରଶାସନର ଯୋଜନା ଓ କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ଦ୍ୱାରା ବନ୍ୟା ପରିଚାଳନା ଜନିତ ଏକ ଉପସ୍ଥାପନ ଆଧାରରେ ସମୀକ୍ଷା କରାଯାଇଥିଲା । ସୂଚନା ଅନୁଯାୟୀ ବିଶେଷ ଭାବେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଧାମନଗର ବ୍ଲକ୍‌ର ୩୭,୪୯୯ ଓ ଭଣ୍ଡାରିପୋଖରୀ ର ୧୬୪ ଓ ଏବେ ବନ୍ୟା ଜଳ ମାଡ଼ୁଥିବା ତିହିଡ଼ି ବ୍ଲକ୍‌ର ୪୫୪ ସମୁଦାୟ ୩୮, ୧୧୭ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି ବନ୍ୟାରେ ୩ଟି ବ୍ଲକ୍‌ର ୬୧ଟି ଗ୍ରା.ପ. ୩୨୬ ଗ୍ରାମ ଓ ୧,୮୧,୬୬୭ ଲୋକ ପ୍ରଭାବିତ ହୋଇଛନ୍ତି । ୬୦୦୦ ଗୃହ ପାଳିତ ଜୀବଜନ୍ତୁ ଓ ୩୨୦୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ମଧ୍ୟ ସୂଚନା ଦିଆଯାଇଛି । ବନ୍ୟା ବିପନ୍ନ ମାନଙ୍କୁ ଆବଶ୍ୟକ ଅନୁଯାୟୀ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିବା ବିଷୟ ସୂଚନା ଦିଆଯାଇଥିଲା । ବନ୍ୟା ଜନିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ, ଏନ୍‌.ଡ଼ି.ଆର.ଏଫ୍‌, ଓ.ଡ଼ି.ଆର.ଏଫ୍‌., ପୂର୍ବରୁ ତାଲିମ୍‌ପ୍ରାପ୍ତ ପ୍ରତି ଗ୍ରା.ପ. ପାଇଁ ଥିବା ଆପଦମିତ୍ର ମାନଙ୍କ ଭୂମିକା ବିଷୟରେ ମଧ୍ୟ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ବନ୍ୟା ପରବର୍ତ୍ତୀ କାଳରେ ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ପାଇଁ ଜଲ୍ଲାପାଳଙ୍କ ନିର୍ଦ୍ଦେଶ, ଆଜି ରାତିସୁଦ୍ଧା ପହଞ୍ôଚବାକୁ ଥିବା ଗୋଖାଦ୍ୟର ସୁଷମ ବଣ୍ଟନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଆବଶ୍ୟକ ବନ୍ଧ ନିର୍ମାଣ ନିମନ୍ତେ ପ୍ରସ୍ତାବ ପ୍ରଦାନ ପାଇଁ ସଂପୃକ୍ତ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ପ୍ରଦାନ କରିଥିଲେ । ବନ୍ୟାର ମୁକାବିଲା ନେଇ ଯଥା ସମୟରେ ପ୍ରଦାନ କରାଯାଇଥିବା ସରକାରୀ ନିର୍ଦ୍ଦେଶକୁ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ପ୍ରଶାସନ ଅକ୍ଷରେ ଅକ୍ଷରେ ପାଳନ କରିଥିବା ଓ ଜନ ପ୍ରତିନିଧିମାନଙ୍କର ସହଯୋଗ ରହିଥିବା କଥା ମନ୍ତ୍ରୀ ବୈଠକରେ ପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଏସ୍‌.ପି. ବରୁଣ ଗୁଣ୍ଟୁପାଲ୍ଲୀ, ଉପଜିଲ୍ଲାପାଳ ମନୋଜ ପାତ୍ର, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଓ ଅନ୍ୟ ଜନପ୍ରତିନିଧି ମାନଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ପରେ ମନ୍ତ୍ରୀ ସବୁଠାରୁ ଅଧିକ ଅଞ୍ଚଳ ପ୍ରଭାବିତ ଧାମନଗର ବ୍ଲକ ର ଅସୁରାଳୀ, ବୟାଙ୍ଗଡ଼ିହି, ଗୋବିନ୍ଦପୁର, ବନ୍ଧଟିଆ ଅଞ୍ଚଳର ବନ୍ୟା ପ୍ଲାବିତ ରାସ୍ତା, ଗ୍ରାମ ଆଦି ପରିଦର୍ଶନ କରି ବନ୍ୟାର ସ୍ଥିତି ପରଖିଥିଲେ । ଶେଷରେ ଧାମନଗର ବ୍ଲକ୍ ସମ୍ମିଳନୀ କକ୍ଷରେ ବ୍ଲକ୍ ପ୍ରଶାସନ ଦ୍ୱାରା ବନ୍ୟା ପରିଚାଳନା କାର୍ଯ୍ୟର ସମୀକ୍ଷା କରିବା ସହିତ ଉପସ୍ଥିତ ଜନ ପ୍ରତିନିଧିମାନଙ୍କ ଆପତ୍ତି, ଅଭିଯୋଗ ପ୍ରସ୍ତାବ ଶୁଣି ସମାଧାନ ଦିଗରେ ପରାମର୍ଶ ପ୍ରଦାନ କରିଥିଲେ । ଏହି ବୈଠକରେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ୍‌, ଉପଜିଲ୍ଲାପାଳ ମନୋଜ ପାତ୍ର, ବି.ଡ଼ି.ଓ. ବନବିହାରୀ ଦିଣ୍ଡା, ଧାମନଗର ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ଓ ଏନ୍‌.ଏସି. ଅଧ୍ୟକ୍ଷା ନିବେଦିତା ଜେନା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ, ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.