Home Top News କସ୍ତୁରୀ ମିଶ୍ର ବିଜେପି ରାଜ୍ୟ ସମ୍ପାଦିକା ..

କସ୍ତୁରୀ ମିଶ୍ର ବିଜେପି ରାଜ୍ୟ ସମ୍ପାଦିକା ..

16

ଭୁବନେଶ୍ୱର: କସ୍ତୁରୀ ମିଶ୍ର ହେଲେ ବିଜେପି ରାଜ୍ୟ ସମ୍ପାଦିକା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ଆଜି ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଏହି ତାଲିକାରେ ୩୫ ଜଣଙ୍କ ନାମ ରହିଛି। ଜାରୀ ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବା ବେଳେ ସଙ୍ଗଠନ ସମ୍ପାଦକଙ୍କୁ ମିଶାଇ ୫ ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକଙ୍କ ସମେତ ୬ଟି ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଏଥିରେ କସ୍ତୁରୀ ମିଶ୍ରଙ୍କ ନାମ ରାଜ୍ୟ ସମ୍ପାଦିକା ଭାବରେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ କସ୍ତୁରୀ ମିଶ୍ର ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.