ad
ଓଡ଼ିଶା

ଟିମ୍ ଇଣ୍ଡିଆରେ ଦୁଇଟି ନୁଆ ମୁହଁ

ନୂଆଦିଲ୍ଲୀ, ୨୨/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) :ଟିମ୍ ଇଣ୍ଡିଆରେ ଦୁଇଟି ନୁଆ ମୁହଁ। ଆଜ୍ଞା ହଁ, ୱେଷ୍ଟ ଇଣ୍ଡିଜ ସହ ହେବାକୁ ଥିବା ତିନୋଟି ଟି-୨୦ ମ୍ୟାଚରେ ଭାରତୀୟ ଦଳରେ ଦୁଇଟି ନୁଆ ଚେହେରା ଦେଖିବାକୁ ମିଳିବ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ପ୍ରଥମ କରି ଭାରତୀୟ ଦଳରେ ସାମିଲ ହୋଇଥିବା ଦୁଇଟି ନୁଆ ଚେହେରା ହେଉଛନ୍ତି ରାହୁଲ ଚହର ଓ ଦୀପକ ଚହର। ବର୍ତ୍ତମାନ ଏଥିପାଇଁ ସେମାନଙ୍କ ପରିବାର ରେ ଖୁସି କହିଲେ ନ ସରେ।

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳିବା ପାଇଁ ରାଷ୍ଟ୍ରୀୟ ଚୟନ କର୍ତ୍ତା ଲେଗ୍ ସ୍ପିନର ରାହୁଲ ଓ ତାଙ୍କ ଭାଇଙ୍କୁ ଚୟନ କରିଥିବାରୁ ରାହୁଲ ଙ୍କ ପିତା ଦେଶ୍ ରାଜ ବେଶ୍ ଖୁସି ଅଛନ୍ତି ଏବଂ ରାଷ୍ଟ୍ରୀୟ ଦଳରେ ତାଙ୍କ ଦୁଇ ପୁଅ ସାମିଲ ହେବା ଗର୍ବର ବିଷୟ ବୋଲି ସେ ବ୍ୟକ୍ତ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top