Home ଓଡ଼ିଶା ପୁଲିସ ଇନସପେକ୍ଟର ଓ ଏସଆଇ ସ୍ତରରେ ଅଦଳବଦଳ

ପୁଲିସ ଇନସପେକ୍ଟର ଓ ଏସଆଇ ସ୍ତରରେ ଅଦଳବଦଳ

140

କୋରାପୁଟ ୨୨-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ) ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ପୁଲିସ ଅଧିକାରୀଙ୍କ ମଧ୍ୟରେ ବଦଳି କରା ଯାଇଛି। ବଦଳି ତାଲିକାରେ ୮ଜଣ ଇନସପେକ୍ଟର, ୩ ସବ-ଇନସପେକ୍ଟର ଓ ୪ଜଣ ସହକାରୀ ସବ-ଇନସପେକ୍ଟର ରହିଥିବା ଜଣା ପଡିଛି। ଏସଡବଲ୍ୟୁଆର ଡିଆଜି ହିମାଂଶୁ କମାର ଲାଲଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡିଛି କୋରାପୁଟ ଟାଉନଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ କଳାହାଣ୍ଡି ଓ ଲକ୍ଷ୍ମୀପୁର ଥାନା ଅଧିକାରୀ ମନୋଜ ବେହେରାଙ୍କୁ ରାୟଗଡା ବଦଳି କରା ଯାଇଥିବାବେଳେ ରାୟଗଡା ଜିଲା ଚାନ୍ଦିଲି ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁଙ୍କୁ କୋରାପୁଟ ଏବଂ ଇନସପେକ୍ଟକ ରାମେଶ୍ୱର ପ୍ରଧାନଙ୍କୁ ନବରଙ୍ଗପୁର ବଦଳି କରା ଯାଇଛି। ସେହିପରି ଇନସପେକ୍ଟର ପ୍ରମିଳା ବିଡିଙ୍କୁ ନବରଙ୍ଗପୁର, ମାଲାକନଗିରିରେ ଥିବା ଇନସପେକ୍ଟର ମମତା ପାଣିଗ୍ରାହିଙ୍କୁ କୋରାପୁଟ ଓ ବିଷ୍ନୁ ନାୟକଙ୍କୁ ନୂଆପଡାକୁ ବଦଳି କରା ଯାଇଥିବାବେଳେ ନୂଆପଡାରେ କାର୍ଯ୍ୟରତ ଦୀନବନ୍ଧୁ ଶବରଙ୍କୁ ରାୟଗଡା ବଦଳି କରାଯାଇଛି। କୋରାପୁଟରେ ଥିବା ସବ-ଇନସପେକ୍ଟର ଏନ.ଏସ.ବିନ୍ୟା ଓ ମିଲନ ମଜୁମଦାରଙ୍କୁ ମାଲକାନଗିରି, ମାଲାକନଗିରିରେ ଥିବା ପି.ସି.ମହାନ୍ତିଙ୍କୁ କୋରାପୁଟ ବଦଳି କରା ଯାଇଥିବାବେଳେ ଏଏସଆଇ ରାମଲାଲ ଜୁରିଆଙ୍କୁ ନବରଙ୍ଗପୁରରୁ ନୂଆପଡା, ଶଶି ସତନାମୀଙ୍କୁ ମାଲକାନଗିରିରୁ ନବରଙ୍ଗପୁର, ମୋହନ ଚନ୍ଦ୍ର ଭତ୍ରାଙ୍କୁ ନବରଙ୍ଗପୁରରୁ କୋରାପୁଟଏବଂ ମନୋହର ବିଡିକାଙ୍କୁ ମାଲକାନଗିରିରୁ କୋରାପୁଟକୁ ବଦଳି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.