Home ଅପରାଧ ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !

ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !

1082

ସଲମାନ୍ ଯାହାକୁ ବସାଇଥିଲେ ମୁଣ୍ଡରେ,କଂଗ୍ରେସ ସାମିଲ କରିଥିଲା ଦଳରେ..

ପାକିସ୍ଥାନରେ ପରଫମାନ୍ସ କରିବାରେ କାହାର ବାପା ଅଟକାଇ ପାରିବନି କହିଲେ ସେହି ଶିଳ୍ପା ସିନ୍ଧେ!
ମୁମ୍ବାଇ: ଭାରତ ଏବଂ ପାକିସ୍ଥାନ ଭିତରେ ଏବେ ଯୁଦ୍ଧ ପ୍ରାୟ ସ୍ଥିତି।ବାରମ୍ବାର ପାକିସ୍ଥାନ ଯୁଦ୍ଧ ଏବଂ ପରମାଣୁ ବୋମାର ଧମକ ଦେଉଛି।ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ଥାନ ବିବ୍ରତ ହୋଇପଡିଛି।ଏଣେ ଅନ୍ତରାଷ୍ଟ୍ରୀୟ ସ୍ତରରେ ତାକୁ କୌଣସି ସ୍ତରରେ ସମର୍ଥନ ମିଳୁନି।ଏଥିରେ ସେ ଅଧିକ ବିବ୍ରତ ହୋଇଯାଇଛି।ତେବେ ପାକିସ୍ଥାନକୁ ଯଦି କେଉଁଠୁ ସମର୍ଥନ ମିଳୁଥାଏ ତେବେ ସେମାନେ ହେଲେ ଚାଇନା ଏବଂ ଆମ ଦେଶରେ ରାହୁଲ ଗାନ୍ଧୀ, ଅଧିର ରଞ୍ଜନ ଚୌଧୁରୀ ଆଦିଙ୍କ ପରି କଂଗ୍ରେସୀ ନେତା, ବାମପନ୍ଥୀ ଏବଂ ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ।ଏମାନଙ୍କ ମନ୍ତବ୍ୟ ସବୁ ପାକିସ୍ଥାନକୁ ସୁହାଉଛି।କେତେକ ବଲିଉଡ କଳାକାର ମଧ୍ୟ ଏହି ରାଷ୍ଟ୍ରଦ୍ରୋହୀ ତାଲିକାରେ ଅଛନ୍ତି।ଏପରି ଜଣେ ହେଲେ ଅଙ୍ଗୁରୀ ଭାବି, ଶିଳ୍ପା ସିନ୍ଧେ।

ଟିଭି ସିରିଏଲ୍ “ଭାବିଜୀ ଘର ପର ହୈ” ଫ୍ରେମ୍‌ ଅଙ୍ଗୁରୀ ଭାବି ଶିଳ୍ପା ସିନ୍ଧେ ସେହିପରି କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।ସୋସିଆଲ ମିଡିଆରେ ଶିଳ୍ପାଙ୍କର ଏକ ଭିଡିଓ ଭାଇରାଲ ହୋଇଛି।ଯେଉଁଥିରେ ଅଙ୍ଗୁରୀ ଭାବି (ଶିଳ୍ପା) କହିଛନ୍ତି, ଯଦି ପାକିସ୍ତାନରେ ମୋତେ ପରଫର୍ମ କରିବା ପାଇଁ ସୁଯୋଗ ମିଳିବ ତେବେ ମୁଁ କରିବି ଏବଂ ଏପରି କରିବାରେ ମୋତେ କେହି ବି ବନ୍ଦ କରିପାରିବେ ନାହିଁ।କାହାର ବାପା ମତେ ରୋକି ପାରିବନି।ଶିଳ୍ପା ଖୁଲମଖୁଲା ଚେତାବନୀ ଦେଉଥିବା ନଜର ଆସିଛନ୍ତି।ଏହା ମୋର ଅଧିକାର, ଯଦି ମୋତେ ଭିସା ମିଳେ ତେବେ ମୁଁ ନିଶ୍ଚିତ ଭାବେ ସେଠାରେ ପରଫର୍ମ କରିବି ବୋଲି ଶିଳ୍ପା କହିଛନ୍ତି।ନିକଟରେ ପାକିସ୍ଥାନରେ ପରଭେଜ ମୁଶାରଫଙ୍କ ଜଣେ ସଂପର୍କୀୟଙ୍କ ବିବାହ ଉତ୍ସବରେ ଗୀତ ଗାଇ ବିବାଦରେ ଫଶିଥିଲେ ଗାୟକ ମିକା ସିଂହ।ଏଥିପାଇଁ ମିକାଙ୍କ ଉପରେ ବ୍ୟାନ୍ ମଧ୍ୟ ଲଗାଯାଇଥିଲା।ପରେ ମିକା କ୍ଷମା ମାଗିବାରୁ ତାଙ୍କ ଉପରୁ ବ୍ୟାନ୍ ହଟାଯାଇଥିଲା।ମିକାଙ୍କୁ ଜବରଦସ୍ତି କ୍ଷମା ପ୍ରାର୍ଥନା କରିବା ପାଇଁ ବାଧ୍ୟ କରାଯାଇଛି ବୋଲି ଶିଳ୍ପା କହିଛନ୍ତି।

କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!

ଶିଳ୍ପା “ଭାବିଜୀ ଘର ପର ହୈ” ସିରିଅଲରେ ଅଙ୍ଗୁରୀ ଭାବି ଚରିତ୍ରରେ ଅଭିନୟ କରି ପରିଚିତ ହୋଇଥିଲେ।ତେବେ, ପ୍ରଯୋଜକଙ୍କ ସହିତ ବିବାଦ କାରଣରୁ ତାଙ୍କୁ ଶୋ ଛାଡ଼ିବାକୁ ପଡ଼ିଥିଲା।ବିବାଦ ଏତେ ମାତ୍ରାରେ ବଢିଯାଇଥିଲା ଯେ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍ ମଧ୍ୟ ତାଙ୍କ ଉପରେ ବ୍ୟାନ୍ ଲଗାଇ ଦେଇଥିଲା।ଏହାପରେ ଶିଳ୍ପା ସୁଯୋଗ ଅପେକ୍ଷାରେ ଥିଲେ।ଏବଂ ତାଙ୍କୁ ବିଗ୍ ବସ୍ ସିଜିନ୍- ୧୧ରେ ସୁଯୋଗ ମିଳିଗଲା।ସଲମାନ ଖାନ୍ ମଧ୍ୟ ଅଙ୍ଗୁରୀ ଭାବିଙ୍କୁ ମୁଣ୍ଡରେ ବସାଇ ଥିଲେ।ଶିଳ୍ପା ବିଗ୍ ବସ୍ – ୧୧ ବିଜୟୀ ହୋଇଥିଲେ।ଏବଂ ପରେ ଶିଳ୍ପା ସିନ୍ଧେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ।ଭିଡିଓରେ ଶିଳ୍ପା କହିଛନ୍ତି, ପାକିସ୍ଥାନୀ ଫ୍ୟାନ୍ ମାନେ ତାଙ୍କୁ ବିଗ୍ ବସ୍ ଜିତାଇଥିଲେ।ସେ ପାକିସ୍ଥାନୀ ସୁଟ୍ ପିନ୍ଧନ୍ତି।ତାଙ୍କ ପାଖକୁ ପାକିସ୍ଥାନରୁ କୋରିୟରରେ ସୁଟ୍ ଆସେ।ସେ ମଧ୍ୟ ପଠାନ୍ତି।ଆଟିଷ୍ଟଙ୍କୁ କେଉଁଠି ବି ପରଫର୍ମ କରିବାକୁ କେହି ବି ମନା କରିପାରିବେ ନାହିଁ।ଏଠାରେ ସୂଚନାଯୋଗ୍ୟ ଯୋଗ୍ୟ ଯେ ପାକିସ୍ଥାନୀ କଳାକାରଙ୍କୁ ବଲିଉଡରେ ସୁଯୋଗ ଦିଆନଯାଉ ବୋଲି କିଛି କଳାକାର କୁହନ୍ତି।ତେବେ, କଳାକାର ମାନଙ୍କର କୌଣସି ସୀମା ନାହିଁ।ସେମାନେ ଯେଉଁଠି ବି ନିଜର କଳା ପ୍ରଦର୍ଶନ କରି ପାରିବେ ବୋଲି ବଲିଉଡରେ କିଛି ଯୁକ୍ତି କରନ୍ତି।ପାକିସ୍ଥାନୀ କଳାକାରଙ୍କୁ ବଲିଉଡରେ ସୁଯୋଗ ଦେବା ସପକ୍ଷରେ ସେମାନେ କୁହନ୍ତି।ତେବେ, ପାକିସ୍ଥାନର ଜଣେ ଅଭିନେତ୍ରୀ ବୀଣା ମଲ୍ଲିକ ବଲିଉଡରେ ସୁଯୋଗ ପାଇଥିଲେ।ସଲମାନ ଖାନ୍ ମଧ୍ୟ ବୀଣାଙ୍କୁ ବିଗ୍ ବସରେ ସୁଯୋଗ ଦେଇଥିଲେ।କିନ୍ତୁ, ସେହି ବୀଣା ମଲ୍ଲିକ ଏଇ ନିକଟରେ ଟ୍ୱିଟ କରିଥିଲେ କୂଳଭୂଷଣ ଯାଦବଙ୍କୁ ୱାଘା ବର୍ଡ଼ରରେ ଫାଶୀ ଦିଆଯାଉ!// -ଦେବଦତ୍ତ ରଥ

କୂଳଭୂଷଣଙ୍କୁ ୱାଘା ବର୍ଡ଼ରରେ ଫାଶୀ ଦିଆଯାଉ: ବଲିଉଡ୍ ଅଭିନେତ୍ରୀ !

ପରିସ୍ଥିତି ଗମ୍ଭୀର:ପାକିସ୍ଥାନ କଲା ମିସାଇଲ ପରୀକ୍ଷଣ,ସୀମାରେ ସିଜ୍ ଫାୟାର ଉଲଘଂନ,ଦିଲ୍ଲୀ ଏବଂ ଗୁଜୁରାଟରେ ଆତଙ୍କି ପ୍ରବେଶ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.