Home ଓଡ଼ିଶା ଉତ୍ତରକାଶୀରେ ବାଦଲ ଫାଟିଲା, ନଦୀରେ ପ୍ରବଳ ସ୍ରୋତ – ରେସ୍କ୍ୟୁ ଅପରେସନ ଜାରୀ – ଦେଖନ୍ତୁ...

ଉତ୍ତରକାଶୀରେ ବାଦଲ ଫାଟିଲା, ନଦୀରେ ପ୍ରବଳ ସ୍ରୋତ – ରେସ୍କ୍ୟୁ ଅପରେସନ ଜାରୀ – ଦେଖନ୍ତୁ ଭିଡ଼ିଓ

469

ଡେରାଡୁନ୍ ୧୮/୮ (ଓଡ଼ିଆ ପୁଅ) : ହୀମାଞ୍ଚଳ ପ୍ରଦେଶର ଉତ୍ତରକାଶୀରେ ବାଦଲ ଫାଟିବା ଯୋଗୁଁ ପ୍ରବଳବର୍ଷା ହୋଇଛି। ସେଠାରେ ଜନଜୀବନ ଅସ୍ତବ୍ୟସ୍ତ ହେବାସହ ପ୍ରବଳ ବେଗରେ ନଦୀରେ ଜଳ ପ୍ରବାହୀତ ହେଉଛି। ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଜଙ୍ଗଲ ଭିତରକୁ ଦୌଡିବାରେ ଲାଗିଛନ୍ତି।

କୁଲୁ ସହରରେ ବିଶ୍ ନଦୀ ଉପରେ ଏକ ପୋଲର କିଛି ଅଂଶ ଭାସିଯାଇଛି। ଟିକୋଚିରେ ପାଞ୍ଚଜଣ ଲୋକ ନିଖୋଜ ଅଛନ୍ତି ବୋଲି ଏସଡିଏମ୍ ଅନୁରାଗ ଆର୍ଯ୍ୟ ପ୍ରକାଶ କରିଛନ୍ତି।

ଉତ୍ତର କାଶୀର ଟୋନ୍ ନଦୀରେ ପ୍ରବଳ ବେଗରେ ଜଳ ପ୍ରବାହିତ ହେଉଛି।

ଉତ୍ତରକାଶୀ ଜିଲ୍ଲାପାଳ ଡ. ଆଶୀଷ ଟୌହାନ ସୂଚନା ଦେଇ କହିଛନ୍ତି ଯେ ସୁରକ୍ଷା କାମ ପାଇଁ ITBP, NDRF ଏବଂ SDRF ର ୩ଟି ଟିମ୍ ଯାଇଛନ୍ତି।

ଆକାରୋଟ, ମାଙ୍କୁଡି ଓ ଟିକୋଚିରେ ବଡ ଧରଣର କ୍ଷୟକ୍ଷତି ହୋଇଛି। ଆରାକୋଟରେ ବାଦଳ ଫାଟିବା ଯୋଗୁଁ ଗୋଟିଏ ଘର ସମ୍ପୂର୍ଣ୍ଣ ଭାବେ ଭାସି ଯାଇଛି । ସେହି ପରିବାରର ସମସ୍ତେ ମଧ୍ୟ ପାଣିରେ ଭାସିଯାଇ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ୩ଟି ଯାକ ଗାଁ ହିମାଚଳକୁ ଲାଗିଛି । ୩ଟି ଯାକ ଗାଁକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯାଇଛି। ଏସପି ଉତ୍ତରକାଶୀ ପଙ୍କଜ ଭଟ୍ଟ ସୂଚନା ଦେଇ କହିଛନ୍ତି ଯେ ସୁରକ୍ଷା କାମ ପାଇଁ ୩ଟି ଟିମ୍ ଯାଇଛନ୍ତି। ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକ ଜଙ୍ଗଲ ଭିତରକୁ ପଳାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.