Home ଓଡ଼ିଶା ଟି-୨୦ ଏବଂ ୱାନଡେ ସିରିଜ୍ ପାଇଁ ଭାରତୀୟ ଟିମ ଘୋଷଣା : ରୋହିତଙ୍କ ସମେତ ଏହି...

ଟି-୨୦ ଏବଂ ୱାନଡେ ସିରିଜ୍ ପାଇଁ ଭାରତୀୟ ଟିମ ଘୋଷଣା : ରୋହିତଙ୍କ ସମେତ ଏହି ଖେଳାଳିମାନେ ହେଲେ ବାହାର

1035

ନୂଆ ଦିଲ୍ଲୀ ୨୩-୧୨ (ଓଡ଼ିଆ ପୁଅ) ଶ୍ରୀଲଙ୍କା ବିରୁଦ୍ଧରେ ଜାନୁଆରିରେ ହେବାକୁଥିବା ଟି-୨୦ ସିରିଜ୍ ଏବଂ ତା’ ପରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ହେବାକୁଥିବା ତିନୋଟି ମ୍ୟାଚର ୱାନଡେ ସିରିଜ୍ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି। ଭାରତୀୟ ଟିମର ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦଙ୍କର ଅଧ୍ୟକ୍ଷତାରେ ଚୟନ ସମିତି ନିଜର କାର୍ଯ୍ୟକାଳର ଏହି ଶେଷ ଟିମ ମନୋନୀତ କରିଛି। ଟି-୨୦ ଏବଂ ୱାନଡେ ସିରିଜ୍ ପାଇଁ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଏବଂ ଫାଷ୍ଟ ବୋଲର୍ ଜସପ୍ରୀତ ବୁମରାହ ଦଳକୁ ଫେରିଛନ୍ତି।

ସୋମବାରଦିନ ଦିଲ୍ଲୀରେ ହୋଇଥିବା ରାଷ୍ଟ୍ରୀୟ ଚୟନ ସମିତିର ବୈଠକରେ ଶ୍ରୀଲଙ୍କା ବିରୁଦ୍ଧରେ ୫ ଜାନୁଆରି ରୁ ୧୦ ଜାନୁଆରି ପର୍ଯ୍ୟନ୍ତ ହେବାକୁଥିବା ତିନୋଟି ମ୍ୟାଚର ଟି-୨୦ ସିରିଜ୍ ଏବଂ ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୪ ରୁ ୧୯ ଜାନୁଆରି ମଧ୍ୟରେ ହେବାକୁଥିବା ତିନୋଟି ମ୍ୟାଚର ୱାନଡେ ସିରିଜ୍ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି। ଟି-୨୦ ସିରିଜ୍ ପାଇଁ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ଫାଷ୍ଟ ବୋଲର୍ ମୋହମ୍ମଦ ଶମୀଙ୍କୁ ଆରାମ ଦିଆଯାଇଛି। ଯେଉଁମାନେ ବର୍ଷ ୨୦୧୯ ରେ ପ୍ରାୟତଃ ପ୍ରତ୍ୟେକ ମ୍ୟାଚ୍ ଭାରତୀୟ ଟିମ ପାଇଁ ତିନୋଟି ଫର୍ମାଟରେ ଖେଳିଛନ୍ତି। ଆଇପିଏଲରେ ମଧ୍ୟ ଏହି ଦୁଇଜଣ ପ୍ରାୟତଃ ସମସ୍ତ ମ୍ୟାଚ୍ ଖେଳିଥିଲେ।

ଦୁଇଟି ପରିବର୍ତ୍ତନ

ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜ୍ ପାଇଁ ଯେଉଁଠାରେ ୧୫ ସଦସ୍ୟ ବିଶିଷ୍ଟ ଟିମରେ ସଞ୍ଜୁ ସାମସନ ଏବଂ ୱାସିଂଗଟନ ସୁନ୍ଦରଙ୍କୁ ମୌକା ମିଳିଛି। ଅପର ପକ୍ଷରେ, ୱାନଡେ ସିରିଜ୍ ରେ ସେମାନଙ୍କୁ ଟିମରେ ଜାଗା ମିଳିନାହିଁ। ତାଙ୍କ ଯାଗାରେ ରୋହିତ ଶର୍ମା ଏବଂ କେଦାର ଜାଧବଙ୍କୁ ଟିମରେ ସାମିଲ କରାଯାଇଛି। କୁହାଯାଇଥିଲା କି ମୁମ୍ବାଇର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବଙ୍କୁ କେଦାର ଜାଧବଙ୍କର ଜାଗା ମୌକା ମିଳିପାରେ, କିନ୍ତୁ ତାହା ହେଲା ନାହିଁ। ତା’ ବ୍ୟତୀତ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ମଧ୍ୟ ଚୟନକର୍ତ୍ତାମାନେ କୌଣସି କଥା ହେଲେ ନାହିଁ।

ଟି-୨୦ ଏବଂ ୱାନଡେ ପାଇଁ ଭାରତୀୟ ଟିମ –

ଶ୍ରୀଲଙ୍କା ବିରୁଦ୍ଧରେ T-20 ସିରିଜ୍ ପାଇଁ ଟିମ ଇଣ୍ଡିଆ

ବିରାଟ କୋହଲୀ (ଅଧିନାୟକ), ଶିଖର ଧୱନ, କେଏଲ ରାହୁଲ, ଶ୍ରେୟସ ଆୟାର, ଋଷଭ ପନ୍ତ(ୱିକେଟ କିପର), ମନୀଷ ପାଣ୍ଡେ, ଶିବମ ଦୁବେ, ସଞ୍ଜୁ ସାମସନ, ରଵୀନ୍ଦ୍ର ଜାଡେଜା, ୱାସିଂଗଟନ ସୁନ୍ଦର, କୁଲଦୀପ ଯାଦବ, ଯୁଜଭେନ୍ଦ୍ର ଚହଲ, ଶାର୍ଦୁଲ ଜସପ୍ରୀତ ବୁମରାହ ଏବଂ ନବଦୀପ ସୈନୀ।

ଅଷ୍ଟ୍ରେଲିଆ ବିରୁଦ୍ଧରେ ODI ସିରିଜ୍ ପାଇଁ ଭାରତୀୟ ଟିମ

ବିରାଟ କୋହଲୀ(ଅଧିନାୟକ), ଶିଖର ଧୱନ, ରୋହିତ ଶର୍ମା, କେଏଲ ରାହୁଲ, ଶ୍ରେୟସ ଆୟାର, ଋଷଭ ପନ୍ତ(ୱିକେଟ କୀପର), ମନୀଷ ପାଣ୍ଡେ, କେଦାର ଜାଧବ, ଶିବମ ଦୁବେ, ରଵୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯୁଜଭେନ୍ଦ୍ର ଚହଲ, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରାହ ଏବଂ ନବଦୀପ ସୈନୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.