Home ଓଡ଼ିଶା ଓଡ଼ିଶା ଉପକୂଳରୁ କ୍ୟୁଆରସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶା ଉପକୂଳରୁ କ୍ୟୁଆରସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

800

ଭୁବନେଶ୍ୱର ୨୩-୧୨ (ଓଡ଼ିଆ ପୁଅ) ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସୋମବାର ପୂର୍ବାହ୍ନ ୧୧ଟା ୪୫ମିନିଟ ସମୟରେ ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର (କ୍ୟୁଆରସାମ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ସମ୍ପୂର୍ଣ୍ଣ ଭାବେ ନିୟୋଜନ ସ୍ଥିତିରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା, ଯାହା ମଝି ଆକାଶରେ ଥିବା ଲକ୍ଷ୍ୟକୁ ନିଷ୍କ୍ରିୟ କରିବା ସହ ଅଭିଯାନର ଉଦ୍ଦେଶ୍ୟ ପୂରଣ କରିଥିଲା। ଗ୍ରାଉଣ୍ଡ ଟେଲିମେଟ୍ରି ସିଷ୍ଟମ୍ସ, ରେଞ୍ଜ ରାଡାର ସିଷ୍ଟମ୍ସ, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଆଦି ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରାଯାଇଥିଲା।

କ୍ୟୁଆରସାମ କ୍ଷେପଣାସ୍ତ୍ରରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ କମାଣ୍ଡ ଓ କଂଟ୍ରୋଲ ବ୍ୟବସ୍ଥା, ଆକ୍ଟିଭ ଆରେ ବ୍ୟାଟେରୀ ସର୍ଭେଲାନ୍ସ ରାଡାର, ଆକ୍ଟିଭ ଆରେ ବ୍ୟାଟେରୀ ମଲ୍ଟିଫଙ୍କସନ ରାଡାର ଓ ଲଂଚର ସଂଯୋଗ ହୋଇଛି। ଉଭୟ ରାଡାରରେ ୪ଟି ଆସ୍ତରଣ ସହ ୩୬୦ ଡିଗ୍ରୀ କଭରେଜ ସିଷ୍ଟମ ରହିଛି, ଏହା ଗତି କରିବା ସମୟରେ ଲକ୍ଷ୍ୟକୁ ସନ୍ଧାନ ଓ ଠାବ କରିପାରିବ। ଏହି କ୍ଷେପଣାସ୍ତ୍ର ନିକ୍ଷେପ ଲାଗି ସର୍ବନିମ୍ନ ସଂଖ୍ୟକ ବାହନର ଆବଶ୍ୟକତା ରହିଛି। ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ଥିବା ଲକ୍ଷ୍ୟକୁ ସଫଳତା ପୂର୍ବକ ଭେଦ କରିବା ଦ୍ୱାରା ନିଜର ସାମର୍ଥ୍ୟ ପ୍ରତିଷ୍ଠା କରିପାରିଛି। ଏହି ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ର ଓ ରଣନୈତିକ ସିଷ୍ଟମ୍ସର ମହାନିର୍ଦ୍ଦେଶକ ଶ୍ରୀ ଏମଏସଆର ପ୍ରସାଦ ଉପସ୍ଥିତ ଥିଲେ।

ଏହି ଅଭିଯାନ ସହିତ କ୍ୟୁଆରସାମ କ୍ଷେପଣାସ୍ତ୍ରର ବିକାଶମୂଳକ ପରୀକ୍ଷଣ ସଫଳତା ପୂର୍ବକ ଶେଷ ହୋଇଛି। ଏହା ୨୦୨୧ ସୁଦ୍ଧା ଭାରତୀୟ ସେନାରେ ସାମିଲ ହେବ ବୋଲି ଆଶା କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଏହି ପରୀକ୍ଷଣ ପାଇଁ କ୍ୟୁଆରସାମ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.