Home ଅପରାଧ ସାଆଁଳା ବାଲିଘାଟର ହୋଇଥିବା ଏନ୍‌ଜିଟି ନିର୍ଦ୍ଦେଶକୁ ମାନୁନାହିିଁ ପ୍ରଶାସନ ଓ ବାଲିମାଫିଆ

ସାଆଁଳା ବାଲିଘାଟର ହୋଇଥିବା ଏନ୍‌ଜିଟି ନିର୍ଦ୍ଦେଶକୁ ମାନୁନାହିିଁ ପ୍ରଶାସନ ଓ ବାଲିମାଫିଆ

221

ଯାଜପୁର୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ୨୦୧୭ ଏପ୍ରିଲ ୨୮ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ପକ୍ଷରୁ ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଥିଲା। ଯାଜପୁର ଜିଲା ଦେଇ ପ୍ରବାହିତ କୋରେଇ ବ୍ଲକ ସାଆଁଳା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ମାମଲା (ନଂ.୧୬୨/୨୦୧୬/ଇଜେଡ)ର ଶୁଣାଣି କରି ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ନିର୍ଦ୍ଦେଶକୁ ବାଲି ମାଫିଆମାନେ ଖାତିର କରୁ ନ ଥିବା ଦେଖିବାକୁ ମିଳିଛି।ବୈତରଣୀ ନଦୀ କୋରେଇ ବ୍ଲକ ଇଚ୍ଛାପୁର ଗ୍ରାମର ଅନନ୍ତଚରଣ ଦାସ, ସାଆଁଳ ଗ୍ରାମର ଶରତଚନ୍ଦ୍ର ମହାପାତ୍ର ଓ ମାନସ ମହାପାତ୍ର ବେଆଇନ ବାଲି ଘାଟ ଉପରେ ଅଭିଯୋଗ କରି ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ସେମାନେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ସାଆଁଳ ବାଲିଘାଟକୁ ମାନୁଆଲ (ହସ୍ତଚାଳିତ) ମାଇନିଂ ଲିଜ ପ୍ରଦାନ କରାଯାଇଛି। ହେଲେ ଲିଜଧାରୀ ଏହାର ଉଲ୍ଲଂଘନ କରି ମେକାନିକାଲ (ଯନ୍ତ୍ରଚାଳିତ) ଖଣିରେ ପରିଣତ କରିଛନ୍ତି। ଯାହାକି ବୈତରଣୀ ନଦୀରେ ସାଂଘାତିକ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି। ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ ହେବା ପରେ ୭ା୨ା୨୦୧୭ରେ ତୁରନ୍ତ ମେଶିନ ଓ ଅନ୍ୟାନ୍ୟ ଯାନବାହାନକୁ ଜବତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ ଏସ.ପି. ୱାଙ୍ଗଡି ଯାଜପୁର ଏସ୍‌ପି ଓ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତକତ୍ାଳୀନ ଯାଜପୁରରୋଡ ଏସ୍‌ଡିପିଓ ଯୁଗଳକିଶୋର ଦାସ ଏବଂ ଅମିନ ରାମଚନ୍ଦ୍ର ପ୍ରଧାନ ଲିଜ ବାଲିଘାଟକୁ ଯାଇ ତଦନ୍ତ କରିବା ପରେ ଦେବେନ୍ଦ୍ର ଘଡେଇଙ୍କୁ ବୈତରଣୀ ନଦୀର ସାଆଁଳ ମୌଜାର ୧୨.୫୦ ଏକର ପରିମିତ ଅଞ୍ଚଳରେ ପ୍ଲଟ ନମ୍ବର ୦୨/୨୪୮୮, ୨ ଓ ଖାତା ନମ୍ବର ୩୦୧ ରେ ହସ୍ତଚାଳିତ ବାଲି ଖାଦାନ ପାଇଁ ଲିଜ ଦିଆଯାଇଛି। ହେଲେ ଲିଜଧାରୀ ଯନ୍ତ୍ରଚାଳିତଭାବେ ବାଲି ଉଠାଣ କରୁଥିବା ଜଣାପଡିଥିଲା। ଗ୍ରୀନ ଟ୍ରିବ୍ୟୁନାଲଙ୍କ ରାୟ ଅନୁଯାୟୀ ଯନ୍ତ୍ରଚାଳିତ ବାଲିଖାଦାନ ଉପରେ ନିୟମିତଭାବେ ଚଢାଉ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ପୋଲିସର ରିପୋର୍ଟ ଅନୁଯାୟୀ ଲିଜଧାରୀଙ୍କୁ ପରବର୍ତ୍ତୀ ଦିନ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ଏହି ମାମଲାର ଶୁଣାଣି କେବଳ କାଗଜପତ୍ରରେ ସୀମିତ ରହିଛି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ଓ ଗାଇଡଲାଇନ ଜାରି କରାଯାଉଥିଲେ ମଧ୍ୟ ବେଆଇନ ବାଲି କାରବାର ବନ୍ଦ ହେଉନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.