Home ଓଡ଼ିଶା ସୁବାଷ ଚୌହାନଙ୍କୁ ବିପୁଳ ସ୍ୱାଗତ: ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ପଶ୍ଚିମ ଓଡ଼ିଶା ଗସ୍ତ

ସୁବାଷ ଚୌହାନଙ୍କୁ ବିପୁଳ ସ୍ୱାଗତ: ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ପଶ୍ଚିମ ଓଡ଼ିଶା ଗସ୍ତ

530

ଭୁବନେଶ୍ୱର/ସମ୍ବଲପୁର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର (ଡବ୍ଲୁଓଡିସି) ଅଧ୍ୟକ୍ଷ ନିଯୁକ୍ତି ପରେ ସୁବାଷ ଚୌହାନ ଆଜି ତାଙ୍କର ପ୍ରଥମ ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି।ପଶ୍ଚିମ ଓଡ଼ିଶାର ପ୍ରବେଶ ଦ୍ୱାର କୁହାଯାଉଥିବା ହରଭଙ୍ଗାଠାରେ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସମ୍ବଲପୁର ଯାଇ ମା’ ସମଲେଇଙ୍କ ଆଶୀର୍ବାଦରେ ସୁବାଷ ତାଙ୍କର ପ୍ରଥମ ଅଧ୍ୟକ୍ଷୀୟ ଗସ୍ତ ଆରମ୍ଭ କରିଛନ୍ତି।ଏହି ଅବସରରେ ଶାସକ ବିଜୁ ଜନତା ଦଳର ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଏବଂ ଅନ୍ୟାନ୍ୟ ନେତା, କାର୍ଯ୍ୟକର୍ତ୍ତା ମାନେ ସୁବାଷଙ୍କୁ ବିପୁଳ ସ୍ୱାଗତ କରିଥିଲେ।ବିପ୍ର ଫାଉଣ୍ଡେସନ ତରଫରୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ନବଜାତ କନ୍ୟାଶିଶୁ ମାନଙ୍କୁ ‘ବେବି କିଟ’ ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ କରି ଭୃଣ ହତ୍ୟାରୁ ଦୂରେଇ ରହିବା ପାଇଁ ସଚେତନତା ଉପରେ ବକ୍ତବ୍ୟ ରଖିଥିଲେ।ସମ୍ବଲପୁର ସହରର ବିଭିନ୍ନ ସାମାଜିକ ସଂସ୍ଥା ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଗ୍ରେଟର ଓ ବିକଶିତ ସମ୍ବଲପୁର ପାଇଁ ମିଳିମିଶି କାମକରିବା ପାଇଁ ସୁବାଷ ଆହ୍ୱାନ କରିଥିଲେ।//ଦେବଦତ୍ତ

ପୂଜାର୍ଚ୍ଚନା ସହ ଦାୟିତ୍ୱ ଗ୍ରହଣ କଲେ ସୁବାସ ଚୌହାନ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.