Home ଅନୁଗୁଳ ବିଜେପି କଲା ଅଲୋଡ଼ା; ନବୀନ ଦେଲେ ନୂଆଁଖାଇ ଭେଟି: ସୁବାସ ଚୌହାନ ହେଲେ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ

ବିଜେପି କଲା ଅଲୋଡ଼ା; ନବୀନ ଦେଲେ ନୂଆଁଖାଇ ଭେଟି: ସୁବାସ ଚୌହାନ ହେଲେ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ

368

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଉଦୟମାନ ଯୁବା ନେତା ସୁବାସ ଚୌହାନଙ୍କୁ ସିନା ବିଜେପି ଚିହ୍ନି ପାରିଲା ନାହିଁ।ନବୀନ ପଟ୍ଟନାୟକ କିନ୍ତୁ, ସୁବାସଙ୍କୁ ବୋଧେ ଠିକ୍ ଚିହ୍ନିପାରି ତାଙ୍କୁ ନୂଆଁଖାଇ ଭେଟି ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।ନୂଆଁଖାଇ ଯିବାର ଏଇ କେଇ ଦିନ ହେବ, ସୁବାସ ଏହି ଭେଟି ପାଇଛନ୍ତି।ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ପୂର୍ବରୁ ଏହାର ଅଧ୍ୟକ୍ଷ ଥିଲେ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ୱେଷ୍ଟନ ଓଡ଼ିଶା ଡେଭଲପମେଣ୍ଟ କାଉନ୍ସିଲ (ଡବ୍ଲ୍ୟୁଓଡିସି) ଓଡ଼ିଶାର ୧୧ଟି ଜିଲ୍ଲାର ବିକାଶ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଏକ ପରିଷଦ।ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ ଆଦି ଜିଲ୍ଲାମାନ ଓ ଅନୁଗୋଳର ଆଠମଲ୍ଲିକ ଅଞ୍ଚଳ ରହିଛି।ଅପେକ୍ଷାକୃତ କମ ଅଗ୍ରସର ଥିବାରୁ ବିକାଶ ଧାରାରେ ସାମଞ୍ଜସ୍ୟ ଆଣିବା ପାଇଁ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ।//ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.