Home ଓଡ଼ିଶା ଆସନ୍ତା ଅକ୍ଟୋବର ୨ରୁ ପ୍ଲାଷ୍ଟିକ ବ୍ୟବହାର ଉପରେ ରହିବ କଡା ନଜର

ଆସନ୍ତା ଅକ୍ଟୋବର ୨ରୁ ପ୍ଲାଷ୍ଟିକ ବ୍ୟବହାର ଉପରେ ରହିବ କଡା ନଜର

226

ଭୁବନେଶ୍ଵର,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଆଜ୍ଞା ହଁ, ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ନିଆଯାଇଥିବା ନିଷ୍ପତିକୁ ସଫଳ କରିବା ଲାଗି ଓଡ଼ିଶାବାସୀଙ୍କ ସହାୟତା ଲୋଡ଼ିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଆଜି ଜୟଦେବ ଭବନ ଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୩୬ ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଡ଼ଃ କେ. ମୁରୁଗେଶନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିଳ୍ପାୟନ ଦ୍ବାରା ସୃଷ୍ଟି ହୋଇଥିବା ପ୍ରଦୂଷଣ, ସହରାଚଂଳ ବର୍ଜ୍ୟବସ୍ତୁର ସମସ୍ୟା ଓ ଏହାର ସମାଧାନ, ନଦୀଜଳ ପୁର୍ନନବୀକରଣ ଲାଗି ଏହି ବୋର୍ଡ଼ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯିବା ପଦକ୍ଷେପ ସମ୍ବେର୍ଦ୍ଧରେ ଆଲୋଚନା କରାଯିବା ସହ କିଭଳି ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରାଯାଇପାରିବ ସେନେଇ ସକ୍ରିୟ ଭାବେ ଆଲୋଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.