Home Top News ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ହନୁମାନ ଜୟନ୍ତୀ ପାଳନ ନେଇ ସରକାର ବ୍ୟବସ୍ଥା କରନ୍ତୁ:...

ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ହନୁମାନ ଜୟନ୍ତୀ ପାଳନ ନେଇ ସରକାର ବ୍ୟବସ୍ଥା କରନ୍ତୁ: ବିଜେପି

64

ଭୁବନେଶ୍ୱର: ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ହନୁମାନ ଜୟନ୍ତୀ ପାଳନ ନେଇ ସରକାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମନମୋହନ କହିଛନ୍ତି, ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ଆୟୋଜିତ ଶୋଭାଯାତ୍ରା ସମ୍ପୃର୍ଣ୍ଣ ଶାନ୍ତିପୁର୍ଣ୍ଣରେ ଯାଉଥିବା ବେଳେ ଯେଉଁ ଭଳି ଭାବରେ କିଛି ଅସାମାଜିକ ମୁସଲମାନ ଲୋକମାନେ ଏହି ଶୋଭାଯାତ୍ରା ଉପରକୁ ପଥର ଫିଙ୍ଗିଲେ, ଖଣ୍ଡା, ଲାଠିରେ ଆକ୍ରମଣ କରିଲେ, ଗାଡି ପୋଡିଲେ ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ। ଘଟଣାରେ ୧୦ରୁ ଅଧିକ ପୋଲିସ ଓ ଶୋଭାଯାତ୍ରାରେ ସାମିଲ ହୋଇଥିବା ହିନ୍ଦୁମାନେ ଆହତ ହୋଇଛନ୍ତି। ଶାନ୍ତିପ୍ରିୟ ଓଡିଶାକୁ କେଉଁ ମାନେ ଅଶାନ୍ତ କରୁଛନ୍ତି ଓ ରାଜ୍ୟ ସରକାର କିଭଳି ନିରବଦ୍ରଷ୍ଠା ସାଜିଛନ୍ତି ଏହା ଏକ ବଡ ପ୍ରଶ୍ନ ବୋଲି ମନମୋହନ କହିଛନ୍ତି। ଘଟଣାକୁ ୧୨ ଘଣ୍ଟା ବିତିସାରିଥିବା ବେଳେ ଏପର୍ଯ୍ୟନ୍ତ କାହିଁକି ରାଜ୍ୟର ଗୃହମନ୍ତ୍ରୀ ଭାବରେ ନିଜେ ମୁଖ୍ୟମନ୍ତ୍ରୀ ଏପ୍ରସଙ୍ଗରେ ପଦୁଟିଏ ହେଲେ ସ୍ପଷ୍ଟିକରଣ ନଦେଇ ଚୁପ ବସିଛନ୍ତି ବୋଲି ମନମୋହନ ପ୍ରଶ୍ନ କରିଛନ୍ତି। ଘଟଣାରେ ପୋଲିସ ବିଭାଗର ବିଫଳତା ଜଳ ଜଳ ଦେଖାଯାଉଛି। ଶୋଭାଯାତ୍ରାର ପୁର୍ବରୁ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ତରଫରୁ ଯେଉଁ ଯେଉଁ ଅଞ୍ଚଳ ସାମ୍ପ୍ରଦାୟିକ ଦୃଷ୍ଟିରୁ ସମ୍ବେଦନଶୀଳ ଥିଲା, ଯେଉଁ ଯେଉଁ ଅଂଚଳରେ ଅଘଟଣ ଘଟିବାର ଆଶଙ୍କା ଥିଲା ସେହି ଅଂଚଳରେ ଅଧିକ ପୋଲିସ ମୁତୟନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରାଯାଇଥିଲା। ହେଲେ ସରକାର କାହିଁକି ସେ ଦିଗ ପ୍ରତି ଦୃଷ୍ଟି ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମନମୋହନ।ଯେଉଁ ଅଳ୍ପ ସଂଖ୍ୟକ ପୋଲିସ ମୁତୟନ ଥିଲେ ସେମାନେ କେବଳ ନିରବ ଦ୍ରଷ୍ଟା ସାଜିଥିଲେ। ରାଜ୍ୟ ଗୁଇନ୍ଦା ବିଭାଗ କରୁଥିଲା କଣ? କେଉଁ ପରିସ୍ଥିତିରେ ଅନେକ ଘର ଉପରେ ବିପୁଳ ପରିମାଣର ପଥର ଅସାମାଜିକ ମୁସଲିମ ଯୁବକମାନେ ଜମା କରିଲେ ଓ ଗୁଇନ୍ଦା ବିଭାଗ ଏବିଷୟରେ କିଭଳି ଜାଣିପାରିଲା ନାହିଁ ତାହା ବଡ ଆଶ୍ଚର୍ଯ୍ୟ ଜନକ। ରାଜ୍ୟରେ ଏକ ସରକାର ଥିବା ଭଳି ମନେ ହେଉନି। ସରକାର କେବଳ ୧୪୪ଧାରା ଜାରି କରି ଚୁପ ବସିଯାଇଛନ୍ତି। ଘଟଣାକୁ ୧୨ ଘଣ୍ଟା ବିତିସାରିଥିବା ବେଳେ ଦଙ୍ଗାକାରୀଙ୍କ ଭିତରୁ କାହାକୁ ଗିରଫ କରାଯାଇ ନାହିଁ। ଗଣମାଧ୍ୟମରେ ଓ ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କେଉଁ କେଉଁ ମାନେ ଆକ୍ରମଣ କରୁଛନ୍ତି ତାହା ସ୍ପଷ୍ଟ ଚିହ୍ନା ପଡୁଛି। ତଥାପି ପୋଲିସ ସେମାନଙ୍କୁ ଗିରଫ ନକରିପାରିବା ପଛରେ ପୋଲିସ ଉପରେ ଚାପ ରହିଛି କି ବୋଲି ବିଜେପି ରାଜ୍ୟ ସଭାପତି ପ୍ରଶ୍ନ କରିଛନ୍ତି। ସମ୍ବଲପୁରରେ ବର୍ତ୍ତମାନ ସାଧାରଣ ଲୋକମାନେ ଆତଙ୍କିତ। ଆସନ୍ତାକାଲି ପବିତ୍ର ହନୁମାନ ଜୟନ୍ତୀ ଅଛି। ତେଣୁ ସରକାର କିଭଳି ଶାନ୍ତିପୁର୍ଣ୍ଣ ଓ ସମ୍ପୃର୍ଣ୍ଣ ସୁରକ୍ଷିତ ଭାବରେ ହନୁମାନ ଜୟନ୍ତୀ ପାଳନ କରିବେ ସେ ନେଇ ଉଦ୍ୟମ କରନ୍ତୁ। ଯଦି ରାଜ୍ୟ ସରକାରଙ୍କ ଓଡିଶା ପୋଲିସ ଅକ୍ଷମ, ତାହେଲେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଅନୁରୋଧ କରନ୍ତୁ । ୨୪ ଘଣ୍ଟା ଭିତରେ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯିବା ସହିତ ଏହି ଘଟଣାର ତଦନ୍ତ ପାଇଁ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଘୋଷଣା କରନ୍ତୁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ମନ୍ତ୍ରୀଙ୍କ ଦୃଷ୍ଟିରେ ଝାରସୁଗୁଡା ଲୋକଙ୍କର କ’ଣ ସ୍ୱାଭିମାନ ନାହିଁ?


-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.