Home Top News ମନ୍ତ୍ରୀଙ୍କ ଦୃଷ୍ଟିରେ ଝାରସୁଗୁଡା ଲୋକଙ୍କର କ’ଣ ସ୍ୱାଭିମାନ ନାହିଁ?

ମନ୍ତ୍ରୀଙ୍କ ଦୃଷ୍ଟିରେ ଝାରସୁଗୁଡା ଲୋକଙ୍କର କ’ଣ ସ୍ୱାଭିମାନ ନାହିଁ?

87

ଭୁବନେଶ୍ୱର: ନିଜେ କହିଥିବା କଥା ଏବେ ନିଜ ଉପରେ ଲାଗୁ ହେବ। ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ସମୟରେ ବିଜେପି ଉଠାଇଥିବା ପ୍ରସଙ୍ଗ ଧାମନଗରବାସୀ ଭାରି ସ୍ୱାଭିମାନୀ ଝାରସୁଗୁଡାରେ ସ୍ୱାଭିମାନ ଜଗାଇବ। ଭଦ୍ରକ, ଧାମନଗର ଉପ ନିର୍ବାଚନରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସଙ୍କ ଭୂମିକାକୁ ନେଇ ଖୁବ୍ ଟାର୍ଗେଟ୍ କରିଥିଲା ବିଜେପି। ଭଦ୍ରକ ଜିଲ୍ଲା ବିଜେଡି ରାଜନୀତିରେ ଯାଜପୁରୀଆ ନେତା (ବବି ଦାସ)ଙ୍କ ପ୍ରଭାବ ଭଦ୍ରକ ମାଟିର ସ୍ୱାଭିମାନ ପାଇଁ ଅପମାନ ବୋଲି କହୁଥିଲା ବିଜେପି। ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ – ଧାମନଗର ଉପନିର୍ବାଚନ ପ୍ରଚାରରେ ଯାଇ ବବି ଦାସଙ୍କୁ ଟାର୍ଗେଟ୍ କରି ଏହି ଆଞ୍ଚଳିକବାଦ ପ୍ରସଙ୍ଗ ଉଠାଇଥିଲେ। ଆଜି କିନ୍ତୁ, ଝାରସୁଗୁଡା ମାଟିର ସ୍ୱାଭିମାନ କଥା ଭୁଲିଯାଇ ଜଣେ ସୁନ୍ଦରଗଡ଼ିଆ ଲୋକ ଟଙ୍କଧରଙ୍କୁ ବିଜେପି ସେଠାରୁ ଟିକେଟ୍ ଦେଇଦେଲା। ଯାହାର ମୁଖ୍ୟ ପୁରୋଧା ହେଲେ ସ୍ୱୟଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟଙ୍କଧର ତ୍ରିପାଠୀ ମନ୍ତ୍ରୀଙ୍କ ଖାସ୍ ଲୋକ ଆଉ ମନ୍ତ୍ରୀଙ୍କର ବଡ଼ ଅନୁଗତ ମଧ୍ୟ ଟଙ୍କଧର। ମନ୍ତ୍ରୀଙ୍କ ଅନୁଗ୍ରହରୁ ଯୁବମୋର୍ଚ୍ଚା ରାଜ୍ୟ ସଭାପତି, ତା’ ପରେ ରାଜ୍ୟ ସମ୍ପାଦକ ଆଉ ଏବେ ଏସଇସିଏଲ ଡାଇରେକ୍ଟର ପଦବୀ ପାଇଥିଲେ ଟଙ୍କଧର। ତେଲିଆ ମୁଣ୍ଡରେ ତେଲ ଭଳିଆ ମନ୍ତ୍ରୀଙ୍କ ଅନୁଗ୍ରହରୁ ସେ ପୁଣି ହେଲେ ଝାରସୁଗୁଡା ଉପନିର୍ବାଚନ ପାର୍ଥି। ଝାରସୁଗୁଡା ସ୍ୱାଭିମାନକୁ ମାଟିରେ ମିଶାଇ ସେଠାରୁ ପାର୍ଥି ହେଲେ ଜଣେ ସୁନ୍ଦରଗଡ଼ିଆ ଲୋକ। ଆଉ କରାଇବା ଲୋକ ହେଲେ ଢେଙ୍କାନଳିଆ! ବବି ଦାସ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ। ସେ ତ’ କେବଳ ଧାମନଗର ଉପ ନିର୍ବାଚନରେ ଯାଇ ମ୍ୟାନେଜମେଣ୍ଟ କରୁଥିଲେ। କିନ୍ତୁ, ଝାରସୁଗୁଡା ଉପନିର୍ବାଚନରେ ତ’ ଧର୍ମେନ୍ଦ୍ର ସୁନ୍ଦରଗଡ଼ରୁ ପାର୍ଥି ଆଣି ଝାରସୁଗୁଡା ଉପରେ ଥୋପି ଦେଲେ! ତେବେ, ଧର୍ମେନ୍ଦ୍ରଙ୍କ ଦୃଷ୍ଟିରେ ବୋଧେ ଧାମନଗର ଲୋକଙ୍କର ସ୍ୱାଭିମାନ ଅଛି, ଝାରସୁଗୁଡା ଲୋକଙ୍କର ସ୍ୱାଭିମାନ ନାହିଁ!!
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.