Home Coronavirus Outbreak ନୟାଗଡ଼ରେ ଷ୍ଟାଫ ନର୍ସଙ୍କୁ କରୋନା – ମେଡ଼ିକାଲରେ ଆତଙ୍କ

ନୟାଗଡ଼ରେ ଷ୍ଟାଫ ନର୍ସଙ୍କୁ କରୋନା – ମେଡ଼ିକାଲରେ ଆତଙ୍କ

223

ନୟାଗଡ଼ ୪-୬ (ଓଡ଼ିଆ ପୁଅ) ନୟାଗଡ଼ କୋଭିଜ୍ ୧୯ ଡାକ୍ତରଖାନାର ଜଣେ ଷ୍ଟାଫ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପରେ ସମଗ୍ର ମେଡ଼ିକାଲରେ ଆତଙ୍କ ସୃଷ୍ଟି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ୱାର୍ଡ଼ ଏବଂ ମାତୃ ଶିଶୁ ଗୃହର ଗୋଟିଏ ୱାର୍ଡ଼କୁ ସିଲ୍ କରି ଦିଆଯାଇଛି। ସଂପୃକ୍ତ ନର୍ସଙ୍କୁ ଚିକିତ୍ସା ପାଇଁ କୋଭିଡ଼ ହାସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସଂପର୍କରେ ଆସିଥିବା ଅନ୍ୟାନ୍ୟ ଡାକ୍ତର ଓ ନର୍ସମାନଙ୍କ ସଂପର୍କରେ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏ ନେଇ ସି.ଡ଼ି.ଏମ.ଓ ଅଫିସ ପକ୍ଷରୁ ସୂଚନା ମିଳିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ମେଡିକାଲର ସବୁ ୱାର୍ଡକୁ ସାନିଟାଇଜ୍ କରାଯାଇଛି ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

ସୂଚନାଯୋଗ୍ୟଯେ, ମୟାଗଡ଼ ଜିଲ୍ଲାରେ ବୁଧବାରଦିନ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନଙ୍କୁ ମିଶାଇ ମୋଟ ୭୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୫ ସୁସ୍ଥ ହୋଇଛନ୍ତି ଏବଂ ଏବେ ୩୧ଜଣ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.