Home ଓଡ଼ିଶା ଯୋଡା – ବରିଷ୍ଠଙ୍କ ଗୁହାରି ଶୁଣିଲେ ପ୍ରଶାସନ

ଯୋଡା – ବରିଷ୍ଠଙ୍କ ଗୁହାରି ଶୁଣିଲେ ପ୍ରଶାସନ

117

ଯୋଡା, ୦୪ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ୭ ଦଫା ଦାବି ନେଇ ଯୋଡା ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ଗତ ୧ ତାରିଖରେ ଯୋଡା ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଦିଆଯାଇଥିଲେ । ଏଥିରେ ମୁଖ୍ୟତଃ ରିମୁଳି ଠାରୁ ରାଜାମୁଣ୍ଡା ୫୨୦ ଜାତୀୟ ରାଜପଥର ମରାମତି ଓ ନବୀକରଣ । ଏହାକୁ ସଂଯୋଗ କରୁଥିବା ତଥା ଯୋଡା ମଧ୍ୟ ଦେଇ ଯାଇଥିବା ଯାତାୟତ ଅନୁପଯୋଗୀ ରାଜ୍ୟ ରାଜପଥ-୨ର ତୁରନ୍ତ ମରାମତି ନିମନ୍ତେ ଏହି ଧାରଣାରେ ଗୁରୁତ୍ୱ ଦିଆଯାଇଥିଲା । ତେବେ ଧାରଣା ଦେବାର ୪ ଘଣ୍ଟା ପରେ ଏହାକୁ ଗୁରୁତର ସହକାରେ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ବଡବିଲ ଏସ.ଡି.ପି.ଓ. ସତ୍ୟବିକାଶ ଭୂୟାଁ, ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଦାବି ଗୁଡିକ ଯାଥାର୍ଥ କହିବା ସହ ଏହାକୁ ପ୍ରଶାସନ ଗୁରୁତର ସହ ନେଇ ତୁରନ୍ତ କାର୍ଯ୍ୟକାରି କରିବ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଏହି ଧାରଣାରୁ ଓହରିଯିବାକୁ ନିବେଦନ କରିଥିଲେ । ତେବେ ବରିଷ୍ଠ ନାଗରିକମାନେ ପ୍ରଶାସନିକ ଅଧିକାରୀଙ୍କୁ ସମ୍ମାନ ଜଣାଇ ଏଥିରୁ ଓହରିଯିବା ସହ ୧୫ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପୁନର୍ବାର ଧାରଣରେ ବସିବେ ବୋଲି ସଚେତନ କରିଥିଲେ । ତେବେ ପ୍ରଶାସନ ତାହାର ପ୍ରତିଶ୍ରୁତି ରକ୍ଷା କରି ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ୫୨୦ ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ କାମ ଆରମ୍ଭ କରାଯାଇଥିବା ସୂଚନା ମିଳିଥିବା ବେଳେ ରାଜ୍ୟ ରାଜପଥ-୨ରେ ଯାତାୟତ ଅନୁପଯୋଗୀ ହୋଇପଡିଥିବା ସୁନା ନଦୀ ସେତୁ ଉପରେ ଢଳେଇ କାର୍ଯ୍ୟ ସରିଥିବା ବେଳେ ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏ ନେଇ ଯୋଡାବାସୀଙ୍କ ମଧ୍ୟରେ ସ୍ଥାନୀୟ ପ୍ରଶାସନ ପ୍ରତି ଆସ୍ଥା ଉପୁଜିବା ସହ ଉତ୍ସାହ ଦେଖାଦେଇଛି । ଏହି ଧାରଣାରେ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ଆର.କେ. ଦାସ, ଶିରିଶ ଚନ୍ଦ୍ର ମହାନ୍ତି, ଡଃ ଏ.କେ. ଦାସ, ସଞ୍ଜୟ ଦାସ, ଗୋପବନ୍ଧୁ ମୁଣ୍ଡା, ଶୁବାଷ ଚନ୍ଦ୍ର ମହାନ୍ତି, ବିନୋଦ ବୋଇତାଇ, ତପନ ମୈତ୍ର, କୈଳାସ ଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ କୁମାର ନାୟକ, ଦିଲ୍ଲିପ କୁମାର ଗୁପ୍ତା, ଚିନ୍ମୟ ଦାସ, କେ.କେ. ତ୍ରିପାଠୀ, ଅନୁକୂଳ ବିହାରୀ ପ୍ରମୁଖ ଧାରଣାରେ ବସିଥିଲେ । ବରିଷ୍ଠ ନାଗରିକମାନଙ୍କ ଏହି ଉଦ୍ୟମକୁ ସାଧାଣରେ ପ୍ରଶଂସା କରାଯାଉଛି । ତେବେ ସେମାନଙ୍କର ଏହି ପ୍ରଶଂସାରେ ହତୋତ୍ସାହ ହୋଇ କିଛି ରାଜନୈତିକ ବ୍ୟକ୍ତି ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପ୍ରଶାସନ ନିକଟରେ ଚାପ ପ୍ରୟୋଗ କରୁଥିବା ଘଟଣାକୁ ଏବେ ସାଧାରଣରେ ତୀବ୍ର ନିନ୍ଦା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.