Home Coronavirus Outbreak ରାଜ୍ୟରେ ୯୦ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ରାଜ୍ୟରେ ୯୦ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

989

ଭୁବନେଶ୍ୱର ୪-୬ (ଓଡ଼ିଆ ପୁଅ) : ପୁଣି ରାଜ୍ୟରେ ୯୦ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮ ରେ ପହଁଚିଛି। ଚିହ୍ନଟ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୧ ଜଣ ସ୍ଥାନୀୟ ବାସିନ୍ଦା। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୫୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୭ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

ଆଜିର ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଦା ଜିଲ୍ଲାରୁ ୨୫, ନୟାଗଡ଼ ଜିଲ୍ଲାରୁ ୭, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ୱର ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୯, କଳାହାଣ୍ଡି ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୨୨, ସମ୍ବଲପୁର ଜିଲ୍ଲାରୁ ୧, ସୁନ୍ଦରଗଡ଼ ଜିଲ୍ଲାରୁ ୫, ପୁରୀ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୫, ବରଗଡ଼ ଜିଲ୍ଲାରୁ ୧ ଏବଂ ଢେଙ୍କାନାଳ ଜିଲ୍ଲାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧,୬୫,୮୨୪ ଜଣଙ୍କର ଟେଷ୍ଟ ହୋଇଥିବା ବେଳେ ୨,୪୭୮ ଜଣଙ୍କର ପଜିଟିଭ୍ ଆସିଛି ଏବଂ ୧୪୧୬ ଜଣ ସୁସ୍ଥ ହୋଇଛନ୍ତି।  ୧୦୫୩ ଆକ୍ରାନ୍ତ ବର୍ତ୍ତମାନ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.